ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ ପୁଟାସିଂ ଥାନା ଅଧିନସ୍ଥ ଜଳତାର ଗ୍ରାମରେ ଜଣେ ବ୍ୟକ୍ତି ବିଦ୍ୟୁତ ସାଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ପଦ୍ମନାଭ ପାତ୍ର l ଖବର ନେବାରୁ ଜଣାପଡିଛିଯେ ବ୍ୟକ୍ତି ଜଣକ ଇଟା ଭାଟିରେ କାମ ସାରି ଶୌଚ ନିମନ୍ତେ ଯାଇଥିଲେ । ତେବେ ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ପଦ୍ମନାଭ ଆସିଥିବାରୁ ସେଠାରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ପୁଟାସିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପ୍ରକୃତ ଘଟଣା ତଦନ୍ତ ଜାରିରଖିଛି।