ଧରାପଡିଲା ଦୁର୍ଦ୍ଦାନ୍ତ ଅପରାଧୀ: ବନ୍ଧୁକ, ଖଣ୍ଡା ଓ ଗୁଳି ଜବତ…

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ପୁଲିସ ଶୁକ୍ରବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ କାବୁ କରି ପଚରାଉଚରା ପରେ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ କାଳିଆପଲ୍ଲୀ ଗ୍ରାମର ପବିତ୍ର ନାୟକ ଓରଫ ରାହୁଲ । ତା ନିକଟରୁ ଏକ ବାଇକ୍, ଗୋଟିଏ ବନ୍ଧୁକ, ୪ ଟି ଗୁଳି, ଗୋଟିଏ ଖଣ୍ଡା ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ଶୁକ୍ରବାର ରାତିରେ ଏସଆଇ ଜୋତ୍ସାମୟୀ ସାହୁ ସଦଳବଳେ ବରଙ୍ଗ ନାଳ ନିକଟରେ ନାକା ଡିଉଟି କରୁଥିଲେ । ଏହି ସମୟରେ ଭଞ୍ଜନଗର ଥାନା ଅଧିନ କାଳିଆପଲ୍ଲୀ ଗ୍ରାମର ପବିତ୍ର ନାୟକ ନିଜ ବାଇକ୍ ଯୋଗେ ବେଲଗୁଣ୍ଠାରୁ ଭଞ୍ଜନଗର ଆଡକୁ ଆସୁଥିଲେ । ପବିତ୍ର ପୁଲିସ ଟିମକୁ ଦେଖି ଗାଡି ବୁଲାଇ ପଳାଇଯାଉଥିଲେ । ପୁଲିସର ସନ୍ଦେହ ହେବାରୁ ସେହି ଗାଡିକୁ ଗୋଡ଼ାଇ ଧରିବାରୁ ତାଙ୍କ ଠାରୁ ଗୋଟେ ରିଭଲଭର ସହିତ, ୪ ଟି ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ ମୋବଇଲ ଫୋନ ଏବଂ ୩୦୦ ଟଙ୍କାକୁ ପୁଲିସ ଜବତ କରିଛି । ଏନେଇ ୨୯୦/୨୪ ରେ ଏକ ମାମଲା ରୁଜୁ ସହ ଶନିବାର ପବିତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି । ପବିତ୍ର ନାମରେ ପୂର୍ବରୁ ଭଞ୍ଜନଗର ଏବଂ ଗାଙ୍ଗପୁର ଥାନାରେ ୭ ଟି କେସ୍ ରହିଥିବା ଥାନାଧିକାରୀ ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି।