ବ୍ଲକ ସ୍ତରୀୟ ଜନଶୁଣାଣି ଶିବିରରେ ଏନ୍.ଆର.ଇ.ଜି.ଏସ୍ କାମରେ ଶ୍ରମିକ ବଦଳରେ ମିସିନ୍ କାମ କରୁଥିବା ଅଭିଯୋଗ ଆଣିଲେ ଉପସ୍ଥିତି ବ୍ୟକ୍ତି ସମୁହ…

ଅନୁସନ୍ଧାନ ଭାରତ(ବ୍ୟୁର): ଡାବୁଗାଁ ବ୍ଲକ ରେ ଆଜି ଜନଶୁଣାଣୀ ଶିବିରରେ ପ୍ରାୟତଃ ଜନ ଶୁନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। “ନା ଜନ ଶୁଣାଣୀ ବିଷୟରେ ଜନତା ସଠିକ ଜାଣିଛନ୍ତି କି ନାହିଁ ଏହା ଏକ ପ୍ରଶ୍ନବାଚୀ ?” ଡାବୁଗାଁ ବ୍ଲକରେ କେବଳ କାଗଜପତ୍ରରେ ଚାଲିଛି ଏନ୍ଆରଇଜିଏସ କାମ ବୋଲି ବାରମ୍ବାର ଅଭିଯୋଗ ହେଉ ଥିଲେ ସୁଦ୍ଧା ପ୍ରଶାସନ ନିଷ୍କ୍ରିୟ । ଏହି କାର୍ଯ୍ୟର ତଦାରାକ କରୁଥିବା ବ୍ଲକ ସ୍ତରୀୟ ଅଧିକାରୀ ଏ.ପି.ଓ ବର୍ଣ୍ଣବାସ ନାୟକ ଜନଶୁଣାଣୀ ବିଷୟରେ ସ୍ଥାନୀୟ ଜନସାଧାରଣଙ୍କୁ କୌଣସି ସୂଚନା ଦେଇ ନ ଥିବା ଅଭିଯୋଗ ହେଉଛି । ଆଜିର ଜନଶୁଣାଣୀ କାର୍ଯ୍ୟରେ କେବଳ ସରକାରୀ ବାବୁମାନେ ଏଵଂ ସ୍ଥାନୀୟ କିଛି ପ୍ରମୁଖ ବ୍ୟକ୍ତି ଉପସ୍ଥିତି ଥିଲେ । ବ୍ଲକରେ ନିଜନିଜ କାମ ପାଇଁ ଆସିଥିବା କିଛି ନିରୀହ ବୃଦ୍ଧା ବୃଦ୍ଧ ଙ୍କୁ ମିଟିଂ ଗୃହରେ ବସାଇ ଆଜିର କାର୍ଯ୍ୟକ୍ରମକୁ ଅଧିକାରୀ ମାନେ ସମାପ୍ତ କରି ଦେଇ ଥିବା ଅଭିଯୋଗ ହେଉଛି।