ଅବ୍ୟବସସ୍ଥା ଘେରରେ ଚାଲିଛି ଡାବୁଗାଁ ବ୍ଲକର ବିକାଶ ମୂଳକ କାମ….

ଅନୁସନ୍ଧାନ ଭାରତ(ବ୍ୟୁର): ଶ୍ରମିକ ଯାଉଛି ଦାଦନ ଖଟି ଏଠାରେ ମିସିନ୍ କରୁଛି କାମ ଏଭଳି ଅଭିଯୋଗ ଆଣିଲେ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମିଶ୍ର । ଆନୁମାନିକ ଲୋକ ଦେଖାଣିଆ ପାଇଁ କିଛି ଶ୍ରମିକକୁ ବିଭାଗୀୟ ଅଧିକାରୀମାନେ କାମରେ ନିୟଜିତ କରୁଛନ୍ତି କିନ୍ତୁ ସେମାନଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ ଲେବର ପେମେଣ୍ଟ ହୋଇ ନଥିବା କହିଲେ ଉପସ୍ଥିତି ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ । ସଠିକ୍ ଜଣ ଶୁଣାଣୀ ହେଲେ, ପ୍ରକୃତ ସମସ୍ୟା ଗୁଡ଼ିକ କଣ ଏବଂ ଏହାର ସମାଧାନର ବାଟ ବାହାରି ପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଜନଶୁଣାଣୀ ବିଷୟରେ ଜନତାଙ୍କୁ ନ ଜଣାଇ କେବଳ ବ୍ଲକ ପରିସର ମଧ୍ୟରେ କାଗଜ ପାତ୍ରରେ ସାରିଦେଉଛନ୍ତି ସରକାରୀ ବାବୁ ମାନେ ଜନଶୁଣାଣୀ । ଏବିଷୟରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ହସ୍ତକ୍ଷେପ କଲେ ଡାବୁଗାଁ ବ୍ଲକର ବିକାଶ ହଇ ପାରନ୍ତା ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।