କାର ଓ ବୁଲେଟ ମୁହାଁମୁହିଁ ଧକ୍କା, ଜଣେ ମୃତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟୁଥିବା ଦୁର୍ଘଟଣା ଅଞ୍ଚଳରେ ଏକ ଆତଙ୍କ ସୃଷ୍ଟି କରିଛି ଓ ବେପରୁଆ ଗାଡ଼ି ଚାଳନାରେ ନିରୀହ ଲୋକ ବୋଳି ପଡ଼ୁଛନ୍ତି । ପ୍ରଶାସନ ପକ୍ଷରୁ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବାରମ୍ବାର ସଚେତନ କଲେ ମଧ୍ୟ କୌଣସି ପରିବର୍ତ୍ତନ ନାହିଁ । ଆଜି ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିସିପଡ଼l ନିକଟସ୍ଥ କେରିଡ଼ି ଠାରେ ଏକ କାର(ଓଡି୦୨-ଏବି-୭୦୩୦) ସହ ବାଇକ (ବୁଲେଟ ନମ୍ବର ଓଡି ୧୨ ବି ୨୨୪୪) ମୁହାଁମୁହିଁ ଧକ୍କା ହୋଇଥିଲ । ଫଳରେ ବାଇକ ଚାଳକ ଆର୍ମି ଯବାନ ଯୁଗଳ ପ୍ରଧାନ(୫୦)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ୱର ପଂଚାୟତ ଶିଷପାଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । ବାଇକରେ ଦୁଇ ଜଣ ଥିଲେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।