ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪ ଉଦଯାପିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସବୁ ସହରାଞ୍ଚଳରେ ଗତ ୩ଦିନ ଧରି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ସ୍ଥାନିୟ ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର ପରିସରରେ ଗତ ଶନିବାର ଠାରୁ ଭବ୍ୟ ଭାବରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ କବି ଓ ସାହିତ୍ୟିକ ମାନଙ୍କ ଦ୍ଵାରା ଏକ ଆଲୋଚନା ଚକ୍ର ଏବଂ ଦ୍ଵିତୀୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ଭିତରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଦ୍ଵିତୀୟ ସ୍ତରରେ ଯୁବ ସମାବେଶ ଅନୁଷ୍ଠିତ ହୋଇଥିଲା । ଯୁବ ସମାବେଶରେ ରାୟଗଡ଼ା ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମବେତ ଯୁବ ସମୂହକୁ ମାର୍ଗଦର୍ଶନ କରିଥିଲେ । ସେହିପରି ସୋମବାର ଦିନ ଆୟୋଜିତ ଉଦଯାପନୀ ସତ୍ରରେ ପଦ୍ମଶ୍ରୀ ମନୋନୀତ ବିଶିଷ୍ଟ ଲୋକ କଳାକାର କୃଷ୍ଣ ଲୀଳା ଗାୟକ ଗୁରୁ ଗୋପୀନାଥ ସ୍ୱାଇଁ, ମୁଖ୍ୟ ଅତିଥି ଭାବରେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡଃ. ବୃଷକେତୁ ଦାସ, ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ପୌର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ଗୁରୁ ଗୋପୀନାଥ ସ୍ୱାଇଁଙ୍କୁ ମଞ୍ଚାସୀନ ଅତିଥିମାନେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ହିଞ୍ଜିଳିକାଟୁ ସହରର ଗୌରବଶାଳୀ ଅତୀତ, ରାଜ୍ୟ ସରକାରଙ୍କ ପରିକଳ୍ପିତ ବିକାଶ ନକ୍ସାରେ ରୂପାନ୍ତରିତ ହୋଇଥିବା ହିଞ୍ଜିଳିକାଟୁ ପୌରାଞ୍ଚଳ ଉପରେ ଆଧାରିତ “ସହର ସାଜିଛି ଗାଆଁ” ସଙ୍ଗୀତ ଲୋକାର୍ପିତ ହୋଇଥିଲା ଏବଂ ଗୀତିକାର ବ୍ରହ୍ମାକୁମାର ନିତ୍ୟାନନ୍ଦ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ସାହୁ, କଣ୍ଠ ଶିଳ୍ପୀ ସଚ୍ଚିକାନ୍ତ ମିଶ୍ର ଓ ଆସ୍ଥା ରାଣୀ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଯୁବ କବି ତଥା ଓଡ଼ିଆ ଭାଷା ସାହିତ୍ୟ ସମିତି, ଓଡ଼ିଶାର ସମ୍ପାଦକ ଚିନ୍ମୟ ପୋଲାଇ ମଞ୍ଚ ପରିଚାଳନା କରିଥିବା ବେଳେ ଓଡ଼ିଶା ମୋ ପରିବାରର ସାଧାରଣ ସମ୍ପାଦକ ନୀଳମଣି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।