ଭଞ୍ଜନଗର ରକ୍ତକେନ୍ଦ୍ର ପରିସରରେ ‘ବିପଦର ବନ୍ଧୁ’ ସହ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ପୁଲୱାମା ସହୀଦଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଦେଶ ମାତୃକାର ସେବା ପାଇଁ ନିଜ ପ୍ରାଣକୁ ଉତ୍ସର୍ଗ ଦେଇଥିବା ବୀର ଯବାନଙ୍କ ବଳିଦାନ ଅତୁଳନୀୟ । ଗତ ୨୦୧୯ ମସିହାରେ ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆତଙ୍କୀ ହମଲାରେ ଭାରତୀୟ ଯବାନଙ୍କ ବଳିଦାନ ଦେଶ କେବେ ମଧ୍ୟ ଭୁଲିବ ନାହିଁ। ସେହି ସାହାସୀ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଭଞ୍ଜନଗର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ରକ୍ତକେନ୍ଦ୍ର ପରିସରରେ ‘ବିପଦର ବନ୍ଧୁ’ ସହ ଆମ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ୬୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ୬ଜଣ ଦମ୍ପତିଙ୍କ ସମେତ ୧୨ ଜଣ ମହିଳା ରକ୍ତଦାନ କରିଥିଲେ ।  ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଉଦ୍ଘାଟକ ଭାବେ ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ଥାନା ଅଧିକାରୀ କୁମର ମୁଦୁଲି, ଡା.ବି ପ୍ରଣବାନନ୍ଦ ପାତ୍ର, ପ୍ରାକ୍ତନ ବନକର୍ମଚାରୀ ଅନୁପମ ବାନାର୍ଜି, ଶୂଳପାଣୀ ଶତପଥୀ, ରୋଟାରିଆନ୍ ରଞ୍ଜିତ ବାରିକ, ପ୍ରଦ୍ୟୁମ୍ନ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସାମ୍ବାଦିକ ବିଶ୍ବମ୍ବର ଜେନା, ବିପଦର ବନ୍ଧୁ ଅନୁଷ୍ଠାନ ପ୍ରଦୀପ କୁମାର ଜେନା, ଅରକ୍ଷିତ ପରିଚ୍ଛା, ସୀମାଞ୍ଚଳ ପଟ୍ଟନାୟକ, ଦିବ୍ୟଲୋଚନ ନାୟକ, ପ୍ରମୋଦ ପ୍ରଧାନ, ଖିରୋଧ ଗୌଡ, ଜଗନ୍ନାଥ ପ୍ରଧାନ, ପପୁ ପାତ୍ର, ପ୍ରଣୟ ରଞ୍ଜନ ଦାସ, ମାନସ ରଞ୍ଜନ ରାଉଳ, ସିପୁନ ପାତ୍ର, ସୌମ୍ୟଜିତ ପ୍ରଧାନ,।ନିଲୁ ବିଶୋୟୀ, ଜଗନ ସୁବୁଦ୍ଧି, ଉମାକାନ୍ତ ଦଳବେହେରା, ସୁଧୀର ଗୌଡ଼, ପ୍ରଭାକର ନାୟକ, ଚନ୍ଦନ ସ୍ୱାଇଁଙ୍କ ସମେତ ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।