ଟ୍ରକ ଚକା ତଳେ ପଡ଼ି ସଫେଇ କର୍ମଚାରୀ ମୃତ, କ୍ଷତିପୂରଣ ଦାବୀରେ ଧାରଣା ଦେଲେ ପରିବାର ଲୋକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଶଙ୍ଖ ସାହିର ଆଉଟ ସର୍ସିଙ୍ଗ ଏନଏସି ସଫେଇ କର୍ମଚାରୀ ଶରତ ନାୟକ( 40)ଙ୍କ ମୃତ୍ୟୁ ଘଟିଛି l ସୂଚନା ଅନୁସାର ଆଜି ଅପରାହ୍ନ ପାଖପାଖି ଚାରି ଘଣ୍ଟିକା ସମୟରେ ମୃତ ଶରତ ନାୟକ ଘୁ.ଉଦୟଗିରି ସହର ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ସାମ୍ମୁଖରେ ବାଲିଗୁଡ଼ା ଅଭିମୁଖେ ଯାଉ ଥିବା ଓଆର 07-ଏଲ 6218 ନମ୍ବର ମାଲବାହୀ ଟ୍ରକ ଚକା ତଳେ ପଡ଼ି ଯାଇ ଥିଲେ l ଯାହାରି ଫଳରେ ଶରତ ନାୟକଙ୍କ ଉପରେ ଟ୍ରକ ଚକା ଚଡି ଯିବା ଦ୍ଵାରା ଘଟଣା ସ୍ଥଳରେ ପ୍ରାଣ ବାୟୁ ଚାଲି ଯାଇ ଥିଲା l ଖବର ପାଇ ଦମକଳ ବାହିନୀ ସେଠାରେ ପହଂଚି ଶରତ ନାୟକଙ୍କ ମୃତ ଦେହକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା l ଯାହା ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି ଏବଂ ସହର ଦେଇ ଯାନବାହନା ଜାତା୍ୟାୟ ବନ୍ଦ ରହିଛି l ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ପାରିବାରବର୍ଗ କ୍ଷତି ପୂରଣ ଦାବୀରେ ରାଜରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି l ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁ ଥିବା ସୂଚନା ମିଳିଛି l ଘୁ. ଉଦୟଗିରିରେ ବାଇପାସ ରାସ୍ତା ନ ଥିବାରୁ ଦିନ ବେଳେ ମାଲ ବୋଝେଇ ଟ୍ରକ ଓ ବାଲି ବୋଝେଇ ଡମ୍ଫର ଅତି ଦ୍ରୁତ ଗତିରେ ଯାତାୟାତ କରୁ ଥିବା ଅଭିଯୋଗ ହୋଇ ଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ପ୍ରଶାସନର ତତ୍ପରତା ଦେଖା ଦେଇନ ଥିଲା l ଯାହା ପାଇଁ ଦୁର୍ଘଟଣାର ଆଶଙ୍କା କରାଯାଉ ଥିଲା ବୋଲି ସ୍ଥାନୀୟ ବାସିନ୍ଧା କହିଛନ୍ତି l ସକାଳ ସମୟରେ ମଧ୍ୟ ପରିବା ଚାଷୀ ଓ ବେପାରି ଭଞ୍ଜମାର୍କେଟ ସମ୍ମୁଖରେ ବ୍ୟବସାୟ କରିଥାନ୍ତି l ତେଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସହର ମଧ୍ୟ ଦେଇ ଦିନବେଳା ବାଲି ବୋଝେଇ ଡମ୍ଫର ଓ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇବା ପାଇଁ ସାଧାରଣରେ ଦାବୀ ଉଠିଛି l