ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଂ ଗ୍ରାମ ୫୯ ନମ୍ବର ଜାତୀୟ ରାଜପଥରେ ଏକ କାର ସହ ମୋଟର ସାଇକଲ ଧକ୍କା ହୋଇଯାଇଛି I
ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହାତ ହୋଇଛନ୍ତି I ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ବାବା ସରାଫ ଓ ଏକ ଟିମ୍ ପହଞ୍ଚି ଗୁରୁତର ଆହାତ ହୋଇଥିବା ଯୁବକଙ୍କୁ ଅଗ୍ନିଶମ ବାହିନକୁ ଡ଼କାଇ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଆହାତ ହୋଇଥିବା ଯୁବକଙ୍କ ଘର ଫିରିଙ୍ଗିଆ ଥାନା ମାଝିପଡ଼ାର ବୋଲି ଜଣାପଡିଛି I