ଫସଳବିମା କଂପାନୀ ତରଫରୁ ମାସ୍କ୍ ବଣ୍ଟନ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମପଞ୍ଚାୟତ ଠାରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ବନ୍ଧେ ଜନସାଧାଣଙ୍କୁ ଅବଗତ କରାଯାଇଥିଲା I ଏଥିରେ ରଟିଙ୍ଗିଆ, ତୁମୁସୀଙ୍ଗିଆ, ଡଡାପଡା ଓ ଏହାର ଆଖପାଖ ଗ୍ରାମ ର ଅନେକ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ବନ୍ଧେ ଅବଗତ କରା ଯାଇ, ଫସଲ ବୀମା କରିଥିଲେ ଫସଲ ନଷ୍ଟ ହେଲେ କିଭଳି ସେହି କ୍ଷତିର ଭରଣା କମ୍ ଟଙ୍କା ପ୍ରିମିୟମ ରେ ଅଧିକ ଲାଭ ମିଳିବ ସେଥି ସମ୍ପର୍କରେ ବୁଝାଇ ଲୋକଙ୍କୁ ସେଠାରେ ମାସ୍କ୍ ପ୍ରଦାନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ଟି ଜିଲ୍ଲା ସଂଯୋଜକ ସୁଶାନ୍ତ ସେଠୀ ଓ ବ୍ଲକ୍ ସଂଯୋଜକ ଚନ୍ଦ୍ର ଶେଖର ପାଢ଼ୀଙ୍କ ନେତୃତ୍ୱ ରେ ହୋଇଥିବାବେଳେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପତିତ ପାବନ ସାହୁ, ଗଗନ କୁମାର ପ୍ରଧାନ, ପ୍ରସନ୍ନ କୁମାର ମିଶ୍ର, ଅନିଲ ଦଳବେହେରା, ଦେବନାଥ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ I