ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ମେସିନ ସାହାଯ୍ୟରେ ଧାନ ଅମଳ କରୁଥିବା ସମୟରେ ଅସାଵଧାନତା କାରଣରୁ ଜଣେ ଶ୍ରମିକର ଜୀବନ ଯାଇଛି । ଅପରାହ୍ନ ସମୟରେ ଜିରାବାଡି ଗ୍ରାମରେ ଜୈନିକ ଟ୍ରାକ୍ଟର ମାଲିକଙ୍କ ଧାନ ଅମଳ ପାଇଁ ମେସିନ ଲଗାଯାଇଥିଲା । ମେସିନ ଅପରେଟିଂ କରୁଥିବା ଶ୍ରମିକ ବୁଲୁ ପାତ୍ର(୩୫) ଧାନ ପକାଉ ଥିବା ବେଳେ ହଠାତ ତାଙ୍କ ଗୋଡ ମେସିନ ମଧ୍ୟରେ ପଶିଯାଇଥିଲା I ଶ୍ରମିଙ୍କ ଶରୀର ମିସିନ ଭିତରକୁ ଟାଣି ହୋଇ ଯିବା ଦ୍ୱାରା ଖଣ୍ଡ ବିଖଣ୍ଡିତ ହୋଇ ଅନ୍ୟ ପଟରେ ବାହାରି ଯାଇଥିଲା । ଏଭଳି ଦୃଶ୍ୟ ଦେଖିବା ପରେ ଗାଁରେ ଉତେଜନା ଦେଖାଦେଇଥିଲା । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଖଣ୍ଡ ଗୁଡିକୁ ଉଦ୍ଧାର କରିବା ସହ ସ୍ଥିତିକୁ ଆୟତ କରିଥିଲା । ଏନେଇ କେସ ନଂ ୭୬୭/୨୩ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡ଼ିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି । ବୁଲୁ ଏହି ଗ୍ରାମର ଗୋଲା ସାହିର ବାସିନ୍ଦା ହୋଇ ଥିବା ବେଳେ ଗତ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ସେ ଏହି କାମ କରିଆସୁଥିଲେ । ତାଙ୍କର ଗୋଟିଏ ୧୧ ବର୍ଷର ଓ ଗୋଟିଏ ତିନି ମାସର ଶିଶୁ ରହିଛି । ପରିବାରର ଆଗାମୀ ଅବସ୍ଥା କଣ ହେବ ତାହାକୁ ନେଇ ଚିନ୍ତା ବଢି ଥିବା ବେଳେ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।