ଭଞ୍ଜନଗର ଗସ୍ତରେ ୫ଟି ଅଧ୍ୟକ୍ଷ, ପାନୀୟ ଜଳ ସମସ୍ୟା ଦୂର ହେବା ନେଇ ପ୍ରତିଶୃତି ଦେଲେ ସଚିବ…

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିଟି ନାଗରିକଙ୍କ ନିକଟରେ ସର୍ବନିମ୍ନ ସୁବିଧା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବହୁ ବିଦ୍ଧି ଯୋଜନା କରୁଛନ୍ତି । ବିଶେଷ କରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଭଳି ଇଲାକାର ପାନୀୟ ଜଳ ସମସ୍ୟା ଦୂର କରିବା ସହ ପ୍ରତି ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ୧୯୦୦ କୋଟି ଟଙ୍କା ବ୍ୟୟରେ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ମାଧ୍ୟମରେ ମହାନଦୀରୁ ପାରି ଅଣାଯାଇ ଏହି ଅଞ୍ଚଳ ପାନୀୟ ଜଳ ସମସ୍ୟା ଦୂର କରାଯିବ ବୋଲି ଆଜି ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଭଞ୍ଜନଗର ଗସ୍ତ କରିବା ଅବସରରେ କୁଲାଡ଼ ଠାରେ ଆୟୋଜିତ ସାଧାରଣ ସଭାରେ କହିଛନ୍ତି । ଏହି ଅବସରରେ ସେ ପ୍ରଥମେ କୁଲାଡ଼ ଠାରେ ପହଞ୍ଚିବା ପରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ଉପଢୈକନ ଦେଇ ସ୍ବାଗତ ଜଣାଇଥିଲେ । ୧୨୦ କୋଟି ବ୍ୟୟରେ ନୂଆଗାଁ ଠାରେ ଋଷିକୁଲ୍ୟା ନଦୀର ଜଳସେଚନ ଯୋଜନା, ୩୦କୋଟି ୬୨ଲକ୍ଷ ବ୍ୟୟରେ ଢୋଲପିଟା ବଡନଦୀରେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ସଂପର୍କରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଆଲୋଚନା କରିଥିଲେ । ଏହାପରେ ସେ ଘୁମୁସରର ଅଧିଷ୍ଠାତ୍ରୀ ଦେବୀ କୁଲାଡ ମାଁ ବାଗ୍‌ଦେବୀ ପୀଠ ଓ ଜଗନ୍ନାଥମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ଉକ୍ତ ପୀଠର ଉନ୍ନୟନ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ ।

csp

ଏହି ଗସ୍ତ ସମୟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଆସିକାରୁ ଆସିବା ପରେ ଜିଲୁଣ୍ଡି ପଞ୍ଚାୟତ ଠାରେ ପ୍ରଥମେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଠାରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ, ସରପଞ୍ଚ ରଞ୍ଜିତ ଆରୁଖଙ୍କ ସମେତ ବହୁ ନେତା ସାମିଲ ରହିଥିଲେ । ଏହ ପରେ ସହର ପ୍ରବେଶ ପଥରେ ନଗରପାଳ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ଶତାଧିକ ଲୋକ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା । ଏଥିରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖଙ୍କ ସମେତ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, କ୍ରୀଡା ସଚିବ ଭିନିଲ୍‌ କ୍ରୀଷ୍ଣା, ଆଇଜି ସତ୍ୟବ୍ରତ ଭୋଇ, ଏସ୍‌ପି ଜଗନମୋହନ ମୀନା, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପିଡି ଭି.କୀର୍ତ୍ତିଭାସନଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ ।