ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାରଙ୍କ ‘ନୂଆ-ଓ’ ଆନୁକୂଲ୍ୟରେ ଯୁକ୍ତ ଦୁଇ ଶ୍ରେଣୀର ସାମାଜିକ ସଂଘ ତରଫରୁ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ଓ ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଯୋଗଦେଇ ଥିଲେ I ଏହି ସମାରୋହରେ ଯୋଗ ଦେଇ ଥିବା ଅତିଥି ଛାତ୍ରଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେବାକୁ ଆହ୍ବାନ ଦେଇଥିଲେ । ଅଧ୍ୟାପକ ବିନାୟକ ବିଶ୍ୱାଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ଅଧ୍ୟାପକ ସଂଗ୍ରାମ କେଶରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।। ଶେଷରେ ଅଧ୍ୟାପିକା ସରିତା ମିଶ୍ରଙ୍କ ପରିଚାଳନାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା ।