ଗାର୍ଡିଙ୍ଗିଆ ରାସ୍ତା, ଭତା ୨୫୦୦ ଓ ଆବାସ ଘର ମୂଲ୍ୟ ବୃଦ୍ଧି ଦାବିକୁ ନେଇ ବିକ୍ଷୋଭ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଟିକାବାଲି ଠାରେ  ବିଶ୍ୱ ମାନଵ ଅଧିକାର ଦିବସ ଅବସରରେ ଏକ ଜନହିତକର ରାଲି ଅନୁଷ୍ଠିତ ହୋଇଥିଲା l  ଟୁଡୁବାଲି ଛକ ଠାରୁ  ଗାର୍ଡିଙ୍ଗିଆ ବର୍ଷେଡ଼ି ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ, ବର୍ଷ ବର୍ଷ ଧରି ଏନକ୍ରୋଜ ମେଣ୍ଟ କେସ କରି ଭୋଗ ଦଖଲ ଚାଷ ଜମିକୁ ପଟା ପ୍ରଦାନ କରିବା, ମଧୁବାବୁ ପେନସନ ୨୫୦୦କୁ ବୃଦ୍ଧି କରିବା, ପ୍ରଧାନମନ୍ତ୍ରୀ ଆବାସ ଘରର ମୂଲ୍ୟ ବୃଦ୍ଧି କରି ଦୁଇ ଲକ୍ଷ ପଚାଶ ହଜାର କରିବା, ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହାର କେନ୍ଦ୍ର ଖୋଲିବା, ଇତ୍ୟାଦି ଜନହିତକର ଦାବୀ ନେଇ  ଗାର୍ଡିଙ୍ଗିଆ ପାଞ୍ଚlୟତ କମିଟିର ସଭାପତି ସଂଜୀବ ଡିଗାଲଙ୍କ ନେତୃତ୍ୱ ଏବଂ ଓ.ଆର. ଡ଼ି.ଏ ସ୍ବେଛାସେବୀ ଅନୁଷ୍ଠାନ ଓ କନ୍ଧମାଳ ପ୍ରଗତି ମିଳିତ ମହାସଂଘର ସଭାପତି କ୍ରିଷ୍ଣା ଚନ୍ଦ୍ର ଡିଗାଲ, ସମ୍ପାଦକ କୁନା ଡିଗାଲଙ୍କ ସହଯୋଗରେ ଟିକାବାଲି ହାଟପଦା ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପରେ ଶୋଭାଯାତ୍ରା ମାଧ୍ୟମରେ ବଜାର ପରିକ୍ରମା କରି ଟିକାବାଲି ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀମନୋଜ କୁମାର ପାଢ଼ୀଙ୍କ ଅନୁପସ୍ଥିତରେ ଜିପିଓଙ୍କୁ ଚାରି ଦଫା ଦାବୀ ବିଶିଷ୍ଠ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଦାବୀ ପ୍ରଦାନ ବେଳେ ଗାର୍ଡିଙ୍ଗିଆ ସରପଞ୍ଚ ଜିତେନ୍ଦ୍ର ମଲିକ, ପୂର୍ଣଚନ୍ଦ୍ର ଡିଗାଲ, ରାମଚନ୍ଦ୍ର ଡିଗାଲ, ପ୍ରକାଶ ଚନ୍ଦ୍ର ଦେହୁରୀ, ମମତା ମଲିକ, ସୁଲଚନା ବେହେରା, ବାସନ୍ତୀ ଡିଗାଲ, ଏହିପରି ଅନେକ ବିପ୍ଲବୀମାନଙ୍କ ଦୃଢ଼ ନିଷ୍ପତିରେ ଆଜିକାର ରାଲି ସଫଳ ହେଇଥିବା ଦେଖିବାକୁ ମିଳିଛି l ରାଲିକୁ ଶୃଙ୍ଖଳିତ ଭାବରେ ସଫଳ ପରିସମାପ୍ତିରେ ସହଯୋଗ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟିକାବାଲି ପୁଲିସ ପ୍ରଶାସନ l ଏଥିପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l