ସିଜିମାଳି ଖଣି ଖନନ ପାଇଁ ଜଙ୍ଗଲ ଜମି କିସମର ପରିବର୍ତନ ନିମନ୍ତେ ପଲ୍ଲୀସଭା ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ସିଜିମାଳୀ ଖଣି ପ୍ରଭାବିତ ଅଞ୍ଚଳରେ ତା ୮/୧୨/୨୩ ରିଖରେ ରାୟଗଡା ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତକୁ ଲାଗିଥିବା ପ୍ରାୟ ୧୦ ଗୋଟି ଗ୍ରାମରେ ଜଙ୍ଗଲ ଜମି କିସମ ପରିବର୍ତନ (FRA ) ନିମନ୍ତେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିବା ଜଣା ପଡିଛି । ପ୍ରକାଶ ଥାଉ କି କିଛିଦିନ ତଳେ ଉକ୍ତ ଅଞ୍ଚଳର ତିଜମାଳି ଖଣିଜ ପର୍ବତକୁ ମେସେର୍ସ ବେଦାନ୍ତ ଆଲୁମିନା କାରଖାନାକୁ ଖନନ କାର୍ଯ୍ୟ ନିମନ୍ତେ ସରକାରୀ ସ୍ପିକୃତି ପ୍ରଦାନ କରାଯାଇଛି। ଏହି କ୍ରମରେ ଉଭୟ ଜିଲ୍ଲାର କେରପାଇ ଗ୍ରାମପଞ୍ଚାୟତ ସଦର ମହକୁମା ଓ ସୁଙ୍ଗେର ଗ୍ରାମପଞ୍ଚାୟତ ସଦର ମହକୁମା ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଶେଷ ହୋଇଯାଇଥିଲା । ଆଜି ତିଜି ମାଳି ଖଣି ପ୍ରଭାଭିତ ଅଞ୍ଚଳରେ ପଲ୍ଲୀସଭା ଅନୁଷ୍ଠିତକୁ କାର୍ଯ୍ୟକ୍ରମକୁ ନେଇ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତର ମାଳିପଦର, ଡ଼ୁମେର ପଦର, କଣ୍ଟାମାଳ, ବଣ୍ଡେଲ, ଆଲିଗୁଣା, ଶାଗବାରି, ପେଲନକୋଣା, କୋଟିବାଟା ଏବଂ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଲାମପଦର ପଞ୍ଚାୟତର ତିଜିମାଳୀ ଓ ଚୂଲୁବାଡି ଭଳି ଉଭୟ ଜିଲ୍ଲାର ଦଶଟି ଗ୍ରାମକୁ ଅନ୍ତର୍ଭୁକ୍ତ କରି ଏଫଆରଏ ନିମନ୍ତେ ପଲ୍ଲିସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ପଲ୍ଲୀସଭା ମାଧ୍ୟମରେ ସିଜିମାଳୀ ଖଣି ପ୍ରଭାଭିତ ଅଞ୍ଚଳବାସୀ ଯୋଗଦେଇ ନିଜ ନିଜ ଗ୍ରାମର ଏବଂ ଅଞ୍ଚଳର ସମସ୍ୟାକୁ ଉପସ୍ଥାପନା କରିଥିଲେ । ଖଣି ଖନନ ହେଲେ ଅଞ୍ଚଳରେ ହେବାକୁ ଥିବା ବିକାଶ ମୂଳକ ପଦକ୍ଷେପ ଏବଂ ବେକାରୀ ସମସ୍ୟା ଦୂର ହେବ ବୋଲି ଲୋକେ ମତ ପ୍ରକାଶ କରିଥିବା ସହ ସରକାରୀ ପ୍ରଶାସନିକ ଅଧିକାରୀ ଏବଂ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିବା ଜଣା ପଢ଼ିଛି । ସୂଚନା ମୁତାବକ ଉକ୍ତ ପଲ୍ଲୀସଭାରେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ କାଶୀପୁର ପଞ୍ଚାୟତ ସମିତି ଅଧିକାରୀ, କାଶୀପୁର ତହସିଲଦାର ଓ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ସୁରକ୍ଷା ଦୃଷ୍ଟିରୁ ପୁଲିସର କଡା ସୁରକ୍ଷା ବଳରେ ପଲ୍ଲୀସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l