ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଉପଖଣ୍ଡକୁ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଘୋଷଣା ପ୍ରସଙ୍ଗକୁ ନେଇ ଅଞ୍ଚଳର ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ରଥ ଶନିବାର ଘୁମୁସର ବାହିନୀ ପକ୍ଷରୁ ଶୁଭାରମ୍ଭ ହୋଇଛି । ସଦସ୍ୟ ଅରକ୍ଷିତ ପରିଛା, ନଚିକେତା ପ୍ରଧାନ, ମାଧବ ନାୟକ, ଶିବୁ ଜେନା, ମନୋଜ ଗୌଡ଼, ନିଲୁ ବିଷୋୟୀ, ପୁରୁଷୋତ୍ତମ ମହାପାତ୍ର, ଉଦୟ ପଣ୍ଡା, ଶିବ ଶଙ୍କର ପ୍ରଧାନ, ଜ୍ୟୋତିସ୍ୱାମୀ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ନିକଟରୁ ଏହି ଜନ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ। ପରେ ଏହି ରଥ ଚକରା ବିଷୋୟୀ ଛକ, ମାଆ ସୋରା ଦେବୀ ମନ୍ଦିର, ମୁଜାଗଡ, ଗୁଣ୍ଡୁରୀବାଡ଼ି, ନିଧିଆପଲି, ଦଦରାଲୁଣ୍ଡ, ଦୁର୍ଗା ପ୍ରସାଦ, ଜୟମଙ୍ଗଳ, ବ୍ରାହ୍ମଣପଦର, ଝାଲିଆଗୋଛା, ଗାଲେରୀ, ଢୋଲପିଠା, ତୁରୁମୁ, ସୋରିଷମୂଳି, ଗୁଜୁରାଳି, ବାରୁଡା, ବିଲିପଡା, ବାଲିଆପଟା, ଖଇରପୁଟି, ସୁତାଙ୍ଗି, ବିରିପଦର, ଯୋଡ଼ାବନ୍ଧ, ବୁଦୁଲି ଗ୍ରାମରେ ପହଞ୍ଚି ଘୁମୁସର ଜିଲ୍ଲା ଆବଶ୍ୟକତା ପ୍ରସଙ୍ଗରେ ସଚେତନତା କରିଥିଲା। ଜିଲ୍ଲା ଆନ୍ଦୋଳନ ଦାବି ଜନ ସାଧାରଣଙ୍କ ପାଖେ ପହଞ୍ଚାଇ ପାରିଥିବା ବେଳେ ଗ୍ରାମାଞ୍ଚଳର ଜନସାଧାରଣ ଜିଲ୍ଲା ଆନ୍ଦୋଳନକୁ ନିଜ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ଘୁମୁସର ଜିଲ୍ଲା ଆନ୍ଦୋଳନକୁ ଏକ ନୂତନ ସ୍ତରକୁ ନିଆଯିବା ସହ ସମଗ୍ର ଉପଖଣ୍ଡରେ ଏହି ସଚେତନତା ରଥ ପରିକ୍ରମା କରିବ । ଏଥି ସହିତ ଭଞ୍ଜନଗର ଉପଖଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସଦସ୍ୟ ମାଧବ ନାୟକ ପ୍ରକାଶ କରିଛନ୍ତି ।