ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଉନ୍ନୀତ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ବିଦ୍ୟାଭରତୀ ଶିକ୍ଷାବିକାଶ ସମିତି ଓଡିଶା ଆନୁକୂଲ୍ୟରେ ପରିଚାଳିତ ହେଉଥିବା ସରସ୍ବତୀ ଶିଶୁ ମନ୍ଦିରର ଫୁଲବାଣୀ ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଫିରିଙ୍ଗିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏହି ଏକ ଦିବାସୀୟ କ୍ରୀଡା ପ୍ରତିଯୋଗିତାରେ ଆୟୋଜନ କରିଥିବା ବେଳେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ୟୁମ୍ନ କୁମାର ବିଶିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଳ ମୁଖ୍ୟ ଅତିଥି ଭବରେ ଯୋଗ ଦେଇ ଅନୁଷ୍ଠାନିକ ଭବରେ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମାଧ୍ୟ୍ୟରେ ଫିରିଙ୍ଗିଆ ଶିଶୁ ମନ୍ଦିର ପରିଚାଳନା କମିଟିର ଉପସଭାପତି ସତ୍ୟପ୍ରକାଶ ପାଣିଗ୍ରାହୀ, ସମ୍ପାଦକ ଅଜିତ କୁମାର ସାହୁ, ଫୁଲବାଣୀ ସଂକୁଳ ପ୍ରମୁଖ ପବିତ୍ର କୁମାର ସାହୁ, ଫୁଲବାଣୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ, ଫିରିଙ୍ଗିଆ ଶିଶୁ ମନ୍ଦିରର ପୂର୍ବତନ କୋଷାଧକ୍ଷ ଅରବିନ୍ଦ କୁମାର କହଁର, ଘୁ. ଉଦୟଗିରି ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମାଧବାନନ୍ଦ ଦାସ, ଟିକାବାଲିର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ, ଖଜୁରୀପଡାର ପାର୍ଥ ସାରଥୀ ପ୍ରଧାନ ଓ ଖଜୁରୀପଡା ଶିଶୁମନ୍ଦିର ପରିଚାଳନା କମିଟିର କୋଷାଧକ୍ଷ ସଞ୍ଜୟ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭବରେ ଯୋଗ ଦେଇଥିଲେ I ତେବେ ଉଦ୍ଘାଟନୀ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମସାଲା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା l ମସାଲା ଶୋଭାଯାତ୍ରା ପଡିଆକୁ ପହଂଚିବା ପରେ ଅତିଥିମାନଙ୍କ ଦ୍ୱାରା କ୍ରୀଡା ପତାକା ଉତ୍ତୋଳନ ଓ ପୂଜା ଅର୍ଚନା ପୂର୍ବକ ଅତିଥିମାନେ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ I କାର୍ଯ୍ୟକ୍ରମକୁ ଫୁଲବାଣୀ ଶିଶୁମନ୍ଦିରର ଶିକ୍ଷୟିତ୍ରୀ ବୈଜୟନ୍ତୀ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିବା ବେଳେ ଫିରିଙ୍ଗିଆର ପ୍ରଧାନ ଆଚାର୍ଯ୍ୟ ପ୍ରସ୍ୟୁମ୍ନ କୁମାର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ I ଫୁଲବାଣୀ ସଂକୁଳ ଅଧୀନରେ ଥିବା ବିଭିନ୍ନ ଶିଶୁ ମନ୍ଦିରରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତା ଶେଷରେ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ବିଭିନ୍ନ ଶିଶୁ ମନ୍ଦିରରୁ ଆସିଥିବା ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମର ଶେଷରେ ଫିରିଙ୍ଗିଆ ଶିଶୁ ମନ୍ଦିରର ଗୁରୁଜୀ ସନ୍ତୋଷ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ I