ଅନୁସନ୍ଧାନ ଭାରତ(ବ୍ୟୁର): ସ୍ଥାନୀୟ କଳିଗଂ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅନୁଷ୍ଠାନ ଅଧକ୍ଷ ସୁଧାଂଶୁ ଶେଖର ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପତଞ୍ଜଳି ଯୋଗ ସମିତି ଜିଲ୍ଲା ଯୋଗ ପ୍ରଭାରୀ ତଥା ଯୋଗଗୁରୁ ବଟ କ୍ରୁଷ୍ନ ଦାଶ, ରାଜେନ୍ଦ୍ର ମହାପାତ୍ର, ଡ.ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଯୋଗ ପ୍ରାଣାୟାମ ଉପକାରିତା ସହିତଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ ଭସ୍ତ୍ରୀକା, କପାଳଭାତୀ, ବାହ୍ୟ ,ଅନୁଲୋମ ବିଲୋମ, ଉଜ୍ଜୟୀ, ଭ୍ରାମରୀ, ଉଦଗୀତ, ପ୍ରଣବ ପ୍ରାଣାୟାମ ସହିତ ସୂକ୍ଷ୍ମ ବ୍ୟାୟାମ ଅଭ୍ୟାସ କରିଥିଲେ । ନୋଡାଲ ଅଫିସର ବିନାୟକ ବିଶ୍ୱାଳକଂ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସରିତା ମିଶ୍ର, ଅଧ୍ୟାପକ ଦ୍ୱୁତୀକ୍ରୁଷ୍ନ ଖଣ୍ଡୁଆଳ, ବେଣୁଧର ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ଅଧ୍ୟାପକ ସଂଗ୍ରାମ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।