ଅନୁସନ୍ଧାନ ଭାରତ(ବ୍ୟୁର): ଖରା,ବର୍ଷା,ଶୀତ,ଭଳି କୌଣସି ପରିସ୍ଥିତି କୁ ଖାତିର ନ କରି ବର୍ଷ ତମାମ ସକାଳୁ ସକାଳୁ ଉଠି ଲୋକଙ୍କ ଘରକୁ ଘର ବୁଲି ଖବର କାଗଜ ପହଞ୍ଚାଇ ଥାଏ ଜଣେ ଖବର କାଗଜ ହକର I ସେହି ଖବର କାଗଜ ଲୋକେ ପଢ଼ି ଦେଶ ବିଦେଶର ବିଭିନ୍ନ ଖବର ବିଷୟରେ ଅବଗତ ହୋଇଥାନ୍ତି I ଖବର କାଗ ର ଆଜି ଚାହିଦା ବଢ଼ାଇବାରେ ଜଣେ ଖବର କାଗଜ ହକରଙ୍କ ମୁଖ୍ୟ ଭୂମିକା ରହିଛି I ଠିକ ସେହିଭଳି ଘୁ.ଉଦୟଗିରି ଏନଏସି ସ୍ଥିତ କନବାଗେରିର ହରିହର ସାହୁ(୫୮) ସ୍ନେହରେ ଲୋକେ ଡାକନ୍ତି ହରି ଭାଇ I ସେ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ ମେଳାପୀ ଏବଂ ସରଳ ସ୍ଵଭାଵର ବ୍ୟକ୍ତିତ୍ୱ I ଶନିବାର ରାତି ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେର ତାଙ୍କର ନିଧନ ହୋଇଛି l ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମରଶରୀରକୁ କାନବାଗେରି ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି I ତାଙ୍କ ମୃତ୍ୟୁକୁ ନେଇ ଶୋକସନ୍ତପ୍ତ ପରିବାରଙ୍କୁ ବିଭିନ୍ନ ଜନ ପ୍ରତିନିଧି, ଗଣ ମାଧ୍ୟମ ପ୍ରତିନିଧି ଶୋକ ବ୍ୟକ୍ତ କରି ସମବେଦନା ଜଣେଇଛନ୍ତି I