ଅନୁସନ୍ଧାନ ଭାରତ(ବ୍ୟୁର): ଅଖିଳ ଭାରତ କିଷାନ ମଜୁଦର ସଭା ପକ୍ଷରୁ ଚାରି ଦଫା ଦାବି ନେଇ ଆଜି ଧରକୋଟରେ ରାଲି ଓ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାର ଧରାକୋଟ ମେଡିକାଲ ଠାରୁ ଏଆଇକେଏମଏସର ଶତାଧିକ ଲୋକ ରାଲିରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ, ରାଜ୍ଯ ସମ୍ପାଦକ ପ୍ରତାପ କୁମାର ନାୟକ, ଜିଲ୍ଲା ସଭାପତି ପୀତବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ, ବ୍ଲକ ସଭାପତି ନରସିଂହ ଦଳବେହେରା, ବ୍ଲକ କମିଟି ସଭ୍ୟ ଦୟାନିଧି ସେଠୀ, ଆଇ ଏଫ ଟି ଇଉ ରାଜ୍ଯ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ମାନବାଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ଯକ୍ଷ ଗମାଙ୍ଗ ପ୍ରମୁଖ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଉପରେ ବର୍ସିଥିଲେ । ମରୁଡି ଓ ଅଦିନିଆ ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀ ଓ ଭାଗ ଚାଷୀ ଏବଂ ଆଦିବାସୀଙ୍କୁ କ୍ଷତିପୂରଣ ପ୍ରଦାନ , ଗରିବଙ୍କୁ ଜମି ଓ ଘର ଢ଼ିଅ ପଟ୍ଟା ପ୍ରଦାନ, ଆଦିବାସୀଙ୍କୁ ଜଙ୍ଗଲ ଜମିପଟା ପ୍ରଦାନ ଏବଂ ତାଳପାଟଣା ଓ ଜାନବିଲି ଓ ଘୋଡ଼ାପଲି ଟାଟା କଲୋନୀ ବାସିନ୍ଦାଙ୍କୁ ତୁରନ୍ତ ଘର ପଟ୍ଟା ପ୍ରଦାନ ପାଇଁ ଦାବୀ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାର ଲମ୍ବୋଦର ମାରାଣ୍ଡିଙ୍କୁ ପ୍ରଦାନ କରିଥିଲେ I ଏହା ପରେ ସମସ୍ତେ ରାଲିରେ ଜାଇ ବ୍ଲକ କାର୍ଯ୍ୟଳୟ ଠାରେ ବିଡିଓ ଡେନିସ ବେହେରାଙ୍କୁ ଅନୁରୂପ ଦାବିପତ୍ର ପ୍ରଦାନ କରିଥିଲେ ।