ରାଇକିଆ ଆଥଲେଟିକ୍ ଆସୋସିଏସନ ପଡିଆଠାରେ ୭୦ ତମ ଷ୍ଟେଟ୍ ଲେବଲ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ଆଥଲେଟିକ୍ ଆସୋସିଏସନ ପଡିଆଠାରେ ୭୦ ତମ ଷ୍ଟେଟ୍ ଲେବଲ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ  ମୁଖ୍ୟ ଅତିଥି ଭାବେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ ଏବଂ ରାଇକିଆ ବ୍ଳକ ଅଧକ୍ଷ ପ୍ରିତମ ପ୍ରଧାନ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ। ଉକ୍ତ  ଟୁର୍ନାମେଣ୍ଟ ଦୁଇ ଦିନ ଅନୁଷ୍ଠିତ ହେବ । ଏଥିରେ ୬ଟି ଟିମ୍  ତଥା ଝାରସୁଗୁଡ଼ା , ନୟାଗଡ଼, କୋରାପୁଟ , ଢେଙ୍କାନାଳ , କେନ୍ଦ୍ରାପଡ଼ା ଏବଂ ରାୟଗଡ଼ା  ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ ମ୍ୟାଚ୍ କୋରାପୁଟ ବନାମ କେନ୍ଦ୍ରାପଡା ହୋଇଥିଲା l ଅୟୋଜକ କମିଟିର ସୁଚନା ଅନୁସାରେ ଛଟି ଦଳ ମଧ୍ୟରେ ପନ୍ଦରଟି ମ୍ୟାଚ ଖେଳା ଯିବ ଏବଂ ଏହାର ଫାଇନାଲ ମ୍ୟାଚ ଫୁଲବାଣୀରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଥର ପାଇଁ କନ୍ଧମାଳ ରେ ଅନୁଷ୍ଠିତ ହୋଇ ଥିବାରୁ ଦର୍ଶକ ଓ ଆୟୋଜକ ବେଶ୍ ଉତ୍ସାହିତ ଥିବା ଦେଖା ଦେଇଛି l