ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର):ଘୁ.ଉଦୟଗିରି ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଜି ନୂତନ ଭାବେ ନିର୍ବାଚିତ ହୋଇ ଥିବା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଶପଥ ପାଠ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ନବ ନିର୍ବାଚିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଂଘ ସଭାପତି ଭାବେ ଶ୍ରୀରାମ ପଦାର ବିନ୍ଦ ଆଚାର୍ଯ୍ୟଙ୍କୁ ଉପଢୌକନ ଦେଇ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ସେହିଭଳି ଉପ-ସଭାପତି ବସନ୍ତ କୁମାର ପ୍ରଧାନ, ଉପ- ସଭାନେତ୍ରୀ ନୀଳିମା ପ୍ରଧାନ, ସାଧାରଣ- ସମ୍ପାଦକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ସହ-ସମ୍ପାଦିକା ରାଣୀମା ପାଣିଗ୍ରାହୀ, ସହ-ସମ୍ପାଦକ ଆଲୋକ କୁମାର ନାୟକ, ସହ-ସମ୍ପାଦକ ବିନୟ କୁମାର ନାୟକ, କୋଷାଧ୍ୟକ୍ଷ୍ୟ ପ୍ରାଣକୃଷ୍ଣ ନାୟକ, ସଂଯୋଜକ ପ୍ରଭଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଶପଥ ପାଠ ଗ୍ରହଣ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷକ ସଭାପତି କିଶୋର ଚନ୍ଦ୍ର କଁହର, ରାଜ୍ୟ ଆଞ୍ଚଳିକ ସମ୍ପାଦକ ବିଦେଶୀ ନାୟକଙ୍କ ସହ ଅବସର ପ୍ରାପ୍ତ ଶିକ୍ଷକ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ବିଶ୍ୱରଂଜନ ନାୟକ, କାର୍ଯ୍ୟରତ ନୀଳିମା ପ୍ରଧାନ, ଚତୁର୍ଭୁଜ ସାହୁ, ଏମଡି.ଜାମିଲ, ପ୍ରେସ କ୍ଲବ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ଆଜିର ଏହି ଶପଥ ପାଠ କାର୍ଯ୍ୟରେ ଯୋଗଦାନ କରି ନବନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ I