ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର-୪ ସ୍ଥିତ ଶିବ ମନ୍ଦିର ଛକରେ ( OD-12-D-1731) ନମ୍ବର ବହନ କରିଥିବା ବଜାଜ ଡାଲା ଅଟୋ ଓ (OR-12-A-8885) ନମ୍ବର ଇଲେକ୍ଟ୍ରି ଅଫିସରେ ଲାଗିଥିବା ବୋଲେର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି I ଏହି ଦୁର୍ଘଟଣାରେ ବୋଲେରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି I
ସୂଚନା ପ୍ରକାରେ ଅଟୋ ଡ୍ରାଇଭରଙ୍କ ନାମ ସୁମନ୍ତ ଦଳପତି(25), ସାରଙ୍ଗଗଡ଼ ନୁଆସାହିର ଥିବା ବେଳେ ବୋଲେର ଡ୍ରାଇଭର ରିତେଶ ସାହୁ(19) ଟିକାବାଲି ବ୍ଲକ ତେନ୍ତୁଳିଗଡ଼ର ଅଟନ୍ତି I ଦୁର୍ଘଟଣା ପରେ ସ୍ଥାନୀୟ ଥାନା ଭାର ପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ,ଏସ.ଆଇ ବିନୟ କୁମାର ମହାରଣା,ଏସ.ଆଇ ଅନନ୍ତ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଅନୁଧ୍ୟାନ କରୁଛନ୍ତି I ଦୁର୍ଘଟଣା ସ୍ଥଳରେ 108 ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ଭାରପ୍ରାପ୍ତ ଅଧିକାରୀ ଶିବରାମ ବିଶ୍ୱାଳ ଏବଂ ଟିମ ପହଞ୍ଚି ଆହତ ଦୁଇ ଡ୍ରାଇଭରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ସୂଚନା ମିଳିଛି I ଦୁଇ ଜଣ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଡାକ୍ତର ଜ୍ୟୋତିପ୍ରକାଶ ବଇରୀ ଗଞ୍ଜନ ସୂଚନା ଦେଇଛନ୍ତି I ଏହି ଦୁର୍ଘଟଣା ଯୋଗୁଁ ଘୁ.ଉଦୟଗିରି-ପାବୁରିଆ ମଧ୍ୟରେ ଯାତାୟାତ ସେବା କିଛି ସମୟ ପାଇଁ ବନ୍ଦ ହୋଇଥିଲା I