ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ  ଆଜି ଫୁଲବାଣୀର ବନାନୀ କଳା ସଙ୍ଗମ ସଭା ଗୃହରେ ଏକ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି l ଉକ୍ତ ସମ୍ମିଳନୀରେ  ଜିଲ୍ଲାର ଦେଖା ଯାଉ ଥିବା, ରବି ଫସଲ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଛି I

csp

ଏହି ବୈଠକର ମୁଖ୍ୟ ଉର୍ଦ୍ଧେଶ୍ୟ ହେଉଛି କନ୍ଧମାଳ ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଏଠି ଶତକଡା ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି I କିନ୍ତୁ ପ୍ରଶାସନ ର କର୍ତଵ୍ୟ ଏବଂ ଦାୟିତ୍ୱ ଅବହେଳା ଯୋଗୁଁ  ସାଧାରଣ ଚାଷୀ ପାଖରେ ଠିକ ସମୟରେ ବିହନ ପହଂଚି ପାରୁନି. ଯାହାଦ୍ୱାରା ଚାଷ ପ୍ରତି ଆଗ୍ରହୀ ଥିବା ଚାଷୀ ଭାଇ ଓ ଭଉଣୀ ମୁଣ୍ଡ ରେ ହାତ ଦେଇ ବସିବାକୁ ପଡୁଛି  l ବିଗତ ଜୁଲାଇ ୦୬ ତାରିଖ ଠାରୁ ସଂଗଠନ ଏକ କୃଷି କ୍ରାନ୍ତି ଅଭିଯାନ କରି, ଦ୍ୱତୀୟ ରବି ଫସଲ ପାଇଁ  ଆଗ୍ରହ ଚାଷୀଙ୍କ ତାଲିକା ପ୍ରସ୍ତୁତି କରି ବ୍ଲକ କୃଷି ଅଧିକାରୀଙ୍କ ଠାରୁ ଆରମ୍ଭ ଜିଲ୍ଲା କୃଷି ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ରବି ଫସଲ ନିମନ୍ତେ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଚାଷୀଙ୍କୁ ମାଗଣା ବିହନ ଯୋଗାଇ ଦେବା ନିମନ୍ତେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା  I କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଏହି ଦିଗ ପ୍ରତି ଗୁରୁତ୍ୱ ନେଲେ ନାହଁ  l ତେଣୁ ସଂଗଠନ ଦୃଢ଼ ଦାବୀ କରୁଛି ଯେ ଚାଷୀର ବୈପ୍ଲବିକ ପରିବର୍ତନ ପାଇଁ, ଆବଶ୍ୟକ ଜଳ ସେଚନର ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବା ସହିତ ଚାଷୀଙ୍କୁ ଠିକ ସମୟରେ ବିହନ ଯୋଗାଇ ଚାଷୀର ମେରୁଦଣ୍ଡକୁ ସଶକ୍ତି କରି କନ୍ଧମାଳ ଜିଲ୍ଲାକୁ ଏକ ସମୃଦ୍ଧି ଜିଲ୍ଲାରେ ପରିଣତ କରିବା ନେଇ ସଂଗଠନ ଏକ ଦୃଢ଼ ସଂକଳ୍ପ ନେଇ ଆଗ୍ରହ ଚାଷୀଙ୍କୁ ସଚେତନ ସୃଷ୍ଟି କରୁଛି l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଟିମ ଲିଡର ଅଞ୍ଜନ ପ୍ରଧାନ, ଫିରିଙ୍ଗିଆ ବ୍ଲକ ସଭାନେତ୍ରୀ ସୁଚିତ୍ରା ପ୍ରଧାନ, ଘୁ.ଉଦୟଗିରି ଓ ରାଇକିଆ ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ଦିଗାଲ, ସୁଧାକର ପ୍ରଧାନ, ସିଧେଶ୍ୱର ନାୟକ, ବ୍ଲକ ସଂଯୋଜକ ଖଜୁରୀପଡା ହରିଚନ୍ଦ୍ର ଦଳବେହେରା, ରୁଦ୍ରମାଧବ ବିନ୍ଦାଣୀ, ନିରାକାର ସାହୁ, ନବୀନ ଦିଗାଲ, ପ୍ରୋମଦା ନାୟକ ସାରଳା ପ୍ରଧାନ ଗୋଲାପ ରଣା, ରଞ୍ଜିତା ସାହାଣୀ, ଲତା ସାହାଣୀ ସହିତ ଚାଷୀ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ I