ଗୁଣପୁରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପହଞ୍ଚିଲା ଓଡ୍ରାଫ୍ ଟିମ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ବାତ୍ୟା ମିଗ୍ ଜୋମ। ମିଗ୍ ଜୋମ ପ୍ରଭାବରେ ପାଗରେ ପରିବର୍ତନ ଘଟିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବନୁମାନ କରିଛି ପାଣି ପାଗ ବିଭାଗ । ରାୟଗଡା ଜିଲ୍ଲା ଗୁଣପୁରରେ ପାଗ କୋହଲା ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟାଜନିତ ବିପର୍ଜୟ  ମୁକାବିଲା ପାଇଁ ଗୁଣପୁରରେ  ପହଁଚିଛନ୍ତି ଓଡ୍ରାଫ ଦଳ। ସବ ଇନ୍ସପେକେଟର ପ୍ରଦୀପ କୁମାର ଦୋରାଙ୍କ ନେତୃତ୍ଵରେ ଏକ ୩୧ ଜଣିଆ ଓଡ୍ରାଫ୍ ବାହିନୀ ସମସ୍ତ ପ୍ରକାର ସରଞ୍ଜାମ ସହିତ ଗୁଣୁପୁରରେ ପହଁଚିଛନ୍ତି । ସମସ୍ତ ପ୍ରକାର ବିପର୍ଜୟକୁ ସାମାନା କରିବାକୁ ଆମ ଓଡ୍ରାଫ୍ ଦଳ ପ୍ରସ୍ତୁତ ରହିଛି ଓଡ୍ରାଫ୍ ଦଳର ମୁଖ୍ୟ କହିଛନ୍ତି l