ଘୁ.ଉଦୟଗିରି ଏନଏସି ନୂତନ ପୌରାଧ୍ୟକ୍ଷ ଭାବେ ଦାୟୀତ୍ୱ ଗ୍ରହଣ କଲେ ଦେବସ୍ମିତା….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସି ଉପ-ନିର୍ବାଚନରେ ବିପୁଳ ପରିମାଣରେ ଭୋଟପାଇ ବିଜୟ ଲାଭ କରିଥିବା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଝିଅ ଦେବସ୍ମିତା ଶତପଥି ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ଏନଏସି ସଭା ଗୃହରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଅଧକ୍ଷତରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ବୈଠକରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ସିଦ୍ଧେଶ୍ୱରୀ ନାୟକ ଭାରତୀ ବେହେରା, ସଂଗୀତା ନାୟକ, ନିଶାରାଣୀ ନାୟକ, ଦୀପକ କୁମାର ନାୟକ, ଲକ୍ଷ୍ମୀପ୍ରିୟା ପରିଛା, ମୋନାଲିଶା ଦଳବେହେରା, ନନ୍ଦିତା ପ୍ରଧାନ, ଯାକେଶ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା ଉପସ୍ଥିତ ଥିଲେ I ସେହିଭଳି ଏନଏସି କାର୍ଯ୍ୟରତ କର୍ମକର୍ତ୍ତାଙ୍କ ମଧ୍ୟରେ ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର, ମୁକ୍ତା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ସସ୍ମିତା ବେହେରା, ମୁକେଶ ରଞ୍ଜନ ନାୟକ, ଗଣେଶ ଜେନା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ପରିଚୟ ପ୍ରଦାନ କରି ନୂତନ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଜଣେଇଥିଲେ I ନୂତନ ଅଧ୍ୟକ୍ଷା ଦେବସ୍ମିତା ଶତପଥି ଉପସ୍ଥିତ ସମସ୍ତ ଭଦ୍ରମଣ୍ଡଳୀ ଏବଂ ଏନଏସି କର୍ମକର୍ତ୍ତା ଙ୍କ ସହଯୋଗ କାମନା କରି ମାଆଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି ନିଜ ଅଭିଭାଷଣ ରଖିଥିଲେ I