ଜାନବିଲ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ହଟାଇବାକୁ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧିନରେ ସଂପ୍ରତି ଧରାକୋଟ ଠାରୁ ଜାନବିଲି ପାଞ୍ଚ କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଧରାକୋଟ ସହରର ଉଭୟ ପଟର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତମାନ ବଜାର ଅଞ୍ଚଳ ସହ ମେଡିକାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି । ଯାହା ଫଳରେ ରାସ୍ତା ଦେଇ ଯାନବାହାନ ଚଳାଚଳ ବେଳେ ମାତ୍ରାଧିକ ଧୂଳି ଉଡୁଥିବା ଯୋଗୁଁ ଲୋକେ ଅଣ ନିଶ୍ୱାସି ହେବାସହ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି । ବିଶେଷ କରି ଏହି ରାସ୍ତା କଡ଼ରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିବା ଯୋଗୁଁ ରୋଗୀସେବା ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ତହସିଲ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି I ଏହି ବୈଠକରେ ଭାରପ୍ରାପ୍ତ ତହସିଲଦାର ଡେନିସ ବେହେରା, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଚିରଞ୍ଜିବୀ ସାହୁ, ରାଜସ୍ବ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ ଉପସ୍ଥିତ ରହିବା ସହ ରାସ୍ତା ନିର୍ମାଣ କାର୍ଯ୍ୟରେ ଉପୁଜିଥିବା ଜବରଦଖଲ ହଟାଇବାକୁ ନିଷ୍ପତି ଗ୍ରହଣ କରାଯିବା ସହ ସଂପୃକ୍ତ ଜବରଦଖଲକାରୀଙ୍କୁ ସାତ ଦିନିଆ ନୋଟିସ ପ୍ରଦାନ କରି ଆସନ୍ତା ୧୩ ତାରିଖ ସୁଦ୍ଧା ରାସ୍ତାରୁ ଜବରଦଖଲ ହଟାଇବାକୁ ସମୟ ସୀମା ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବ୍ୟକ୍ତିଗତ ଭାବରେ ମଧ୍ୟ ଉଭୟ ରାଜସ୍ବ ଓ ପୂର୍ତ୍ତ ବିଭାଗ ଅଧିକାରୀମାନେ ଲୋକଙ୍କୁ ଜବରଦଖଲ ମୁକ୍ତ କରିବା ପାଇଁ ସଚେତନ କରାଇଥିଲେ । ଏଣୁ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଶେଷ କରାଯିବ ବୋଲି ବିଭାଗ ତରଫରୁ ପ୍ରକାଶ କରାଯାଇଛି ।

pradhan