ନକଲି ଅବକାରୀ ପୁଲିସ ସାଜି ଲୁଟ ଘଟଣା: ୬ ଗିରଫ, ୨ ଫେରାର…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଆନ୍ତର୍ଗତ ଫିରିଙ୍ଗିଆ ବ୍ଲକ ପାଙ୍ଗା ପଞ୍ଚାୟତର କାଲିକୁଟି ଗ୍ରାମରେ ଏକ ଲୋମହର୍ସଣକାରି ଘୋଟଣା ଶୁଣିବାକୁ ମିଳିଥିଲା । ଅବକାରୀ ବିଭାଗ ନାରେ ବ୍ରଜରାଜଙ୍କ ଘରେ ବୁଧବାର ରାତ୍ର ୧.୩୦ ମିନିଟ ସମୟରେ ପସି ଧମକଚମକ ଦେଇ ନଗଦ ୧୨୫,୦୦୦/ଦୁଇଟି ବଡ଼ ମୋବାଇଲ୍, କାନର କୁଣ୍ଡଳ ଏବଂ ହାର ଲୁଟ କରି ପଳାଇ ଯାଇଥିଲେ । ତାପରେ ବ୍ରଜରାଜଙ୍କ ଘରେ ହୋହାଲା ହେବାରୁ ଗ୍ରାମ ବାସିମାନେ ତାଙ୍କ ଘରକୁ ଯାଇଥିଲେ । ବ୍ରଜରାଜଙ୍କ ଘରେ ସମ୍ପୁର୍ଣ୍ଣ ଖବର ପାଇ ଚତୁଦିଗ ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା କିନ୍ତୁ ପରିସେଷରେ ଗୁରୁବାର ସକାଳ ୬ ଘଣ୍ଟିକାରେ ପିଣ୍ଡାଙ୍ଗି ଗ୍ରାମରେ ଧରାପାଇଥିଲେ ଏବଂ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ପରବର୍ତି ପର୍ଯ୍ୟାୟରେ ୮ଜଣ ମଧ୍ୟରୁ ଦୁଇ ଆଭିଯୁକ୍ତ ଫେରାର୍ ହେବାରେ ସଫଳ ହେଇଥିଲେ I ଏନେଇ ପୁଲିସ ଏକ ମାମଲା ରୁଜୁ କରି ଚାରି ବାଇକ୍ ସହିତ ୬ ଗିରଫଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତକାରି ମାନେ ହେଲେ ପୁରଣା କେ.ନୁଆଗାଁରୁ ଅମିତ ପାତ୍ର(୧୯), ରତଙ୍ଗରୁ ବିଶ୍ୱକର୍ମା କହଁର(୨୨), ଗୁଟିଙ୍ଗିଆରୁ ତପନ କୁମାର ପ୍ରଧାନ(୨୧), ମାଡିଗୁଡ଼ାରୁ ଦିପକ ପ୍ରଧାନ (୨୦), ଡ଼ାମିସାହିରୁ ହରିଚନ୍ଦନ କହଁର(୨୦), ରତଙ୍ଗରୁ ପଦ୍ମନାଭ ଦେହୁରୀ(୨୦) I ଗିରଫ ଲୁଟେରାଙ୍କ ବିରୋଧରେ ପୁଲିସ ୧୯୩/୨୦୨୩ରେ ଏକ ମାମଲା ରୁଜୁକରୀ କୋର୍ଟ ଚାଲନ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ରମେସ କୁମାର ପ୍ରଧାନ ସୁଚନା ଦେଇଥିଲେ ।