ଘୁ.ଉଦୟଗିରି ଏନଏସି ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଅଧ୍ୟକ୍ଷା ଉପନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ବଣିକ ସଂଘ ସଭା ଗୃହ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି I ଉକ୍ତ ପ୍ରସ୍ତୁତି ବୈଠକରେ ନଗର ସଭାପତି ସୂର୍ଯ୍ୟକାନ୍ତ ନାୟକ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସଭାପତି ଅନାମ ନାୟକ, ଏଲଡିଏମ ସଂଯୋଜକ ଅମୀର ଚାନ୍ଦ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରୁଦା ମଲିକ, ପୂର୍ବତ୍ତନ ବିଧାୟିକା ଅଜୟନ୍ତି ପ୍ରଧାନ, କଂଗ୍ରେସ ନେତା ଘନ ଶବର, ବରିଷ୍ଠ କଂଗ୍ରେସ ସଂନ୍ତୋଷ ପଟନାୟକ, ରାଇକିଆ ବ୍ଲକ କଂଗ୍ରେସ ସଭାପତି କ୍ରିଷନା ପ୍ରିୟା ପ୍ରଧାନ, ଘୁ.ଉଦୟଗିରି ବ୍ଲକ ସଭାପତି ସଦାନନ୍ଦ ନାୟକ, ଟାର୍ଜନ ସାହୁ, ଥୋମାସ ପ୍ରଧାନ, ପଞ୍ଚାନନ ଦିଗାଲଙ୍କ ସହ ଏନଏସିରୁ ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, ନାରିନେତ୍ରୀ ଅଞ୍ଜୁମ ଅହମ୍ମଦ, ନାରିନେତ୍ରୀ ମଧୁଲିନା ଦିଗାଲ, ପୂର୍ବତ୍ତନ ଅଧକ୍ଷ ଦୀପକ ପ୍ରଧାନ, ହିରେନ ନାୟକ, ମିଳନ ନାୟକ, ଶୁଭ୍ରମନ୍ୟୁ ନାୟକ, ରୋହିତ ପ୍ରଧାନ, ସୁରଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ଉକ୍ତ ବୈଠକରେ ଚଳିତ ମାସ ହେବାକୁ ଥିବା ଉପନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଜିଲ୍ଲା ସ୍ତରୀୟ ନେତା ଉପସ୍ଥିତ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଥିଲେ I ଏହି ପରିପ୍ରେକ୍ଷୀରେ ଘୁ.ଉଦୟଗିରି ନଗର କଂଗ୍ରେସର ପୂର୍ବତ୍ତନ ସଭାପତି ଗଗନ କୁମାର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରଖଟ କରି ଜିଲ୍ଲା ସଭାପତି ଅନାମ ନାୟକ ବିଭିନ୍ନ ଗୁରୁ ଦାଇତ୍ୱ ଦେଇ ଥିବା ସୂଚନା ମିଳିଛି I