ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର, ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇ ଥିବା ପୁଲିସ ଦ୍ୱାରା ସୂଚନା…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗାଁ ନିକଟର ଜାନୀ କୁଡି ନିକଟରେ ୧୩ ଦିନ ଧରି ନିଖୋଜ ଥିବା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି I ମୃତ ଶରୀର ମାଟିରେ ପତା ହେଇଥିବା ଅବସ୍ଥାରେ ଗଳିତ ଶବକୁ ଆଜି ଦ୍ଵିପହର ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଉଦ୍ଧାର କରିଛି । ଉଦ୍ଧାର କରାଯାଇଥିବା ମୃତ ଦେହ ହେଉଛି ଟିକିରି ଥାନା ଅନ୍ତର୍ଗତ ମହୁଲପୁଟ ଖୁରିଗାଁ ର ସୋନା ମାଝି ଙ୍କ ପୁଅ ବିଶ୍ୱଶ୍ୱର ମାଝି ବୋଲି ଚି଼ହ୍ନଟ ହୋଇଛି । ପ୍ରକାଶ ଥାଉ କି ମୃତ ଯୁବକ ଜଣ ଅକ୍ଟୋବର ୨୨ ତାରିଖ ଦିନ ଠାରୁ ନିଖଜ ଥିବା ବେଳେ ପରିବାର ପକ୍ଷରୁ ୩୦/୧୦ରେ ମୃତ ଯୁବକଙ୍କ ପିତା କାଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗକୁ ଆଧାର କରି କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକଙ୍କ ନେତୃତ୍ୱରେ ଦୁଇଦିନ ଧରି ଅଞ୍ଚଳର ବିଭିନ୍ନ ସ୍ଥାନରେ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ସୁଧା ପୁଲିସ ହାତରେ ନିଖଜ ଯୁବକଙ୍କ ମୃତ୍ୟୁର ପ୍ରମାଣ କି କୌଣସି ସୁରାକ ମିଳିପାରି ନ ଥିଲା । କିନ୍ତୁ ଗତକାଲି କୌଣସି ପ୍ରକାର ସନ୍ଦେହରେ ଚାରଯୋଡି ଗ୍ରାମର ପଦନ ଝୋଡ଼ିଆ ଓ ଭୁବେନ ଝୋଡ଼ିଆ ଦୁଇଜଣଙ୍କୁ ପୁଲିସ ଉଠାଇ ପଚରାଉଚରା କରିବା ପରେ ଘଟଣା ସମ୍ପର୍କରେ ଦୋଷ ସ୍ବୀକାର କରିଥିଲେ । ମିଳିଥିବା ସୂଚନା ପ୍ରକାରେ ଘଟଣା ଦିନ ସେ କୌଣସି କାମରେ ତାଙ୍କ ଜୁଇଁ ଘରକୁ ବୁଲି ଯାଇଥିଲେ । ନିଜ ଗାଁ କୁ ଫେରିବା ବାଟ (ଡାଲିଗୁଡା) ଠାରେ ଗ୍ରାମର ଯୁବକଙ୍କ ସହ ଭଳିବଲ ମଧ୍ୟ ଖେଳିଥିଲେ । ପରବର୍ତ୍ତୀ ସନ୍ଧ୍ୟା ସମୟରେ ସେ ଚଲା ବାଟ ଦେଇ ମହୁଲପୁଟ ଖୁରିଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ସେ ଚଲାବାଟ ତାଙ୍କ ପାଇଁ ଜୀବନ ର ଅନ୍ତିମ ସମୟ ହେବ କେହି ଜାଣି ନ ଥିଲେ । ଉକ୍ତ ଚଲା ପଥ ଅଞ୍ଚଳ ପାଇଁ ନୀତି ଦିନିଆ ହେଇଥିବାରୁ ସନ୍ଧ୍ୟା ସମୟରେ ଯୁବକ ଜଣକ ନିର୍ଭୟ ରେ ଏକାକୀ ଯାଉଥିବାବେଳେ ଦୁର୍ଭାଗ୍ୟ ବଶତଃ ଚାରଯୋଡି ଗ୍ରାମର କିଛିଲୋକ ସେହି ରାସ୍ତା ରେ ବାରାହ ଶିକାର ପାଇଁ ବାଇଣ୍ଡିଂ ତାର ବିଛେଇ ବିଦ୍ୟୁତ ସଂଯୋଗ କରିଦେଇଥିଲେ । ଘଟଣା ସ୍ଥଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହେଇଯାଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ଶିକାର କାମରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ପ୍ରମାଣ ନଷ୍ଟ କରିବା ଉଦ୍ଧେଶ୍ୟରେ ମୃତ ଦେହକୁ ଘଟଣା ସ୍ଥଳରୁ ପ୍ରାୟ ୨କିମି ଦୂରରେ ଥିବା ଜନୀ କୁଡି ଠାରେ ଶବ କୁ ଗାତ ଖୋଳି ମାଟିରେ ପୋତି ଦେଇଥିଲେ। ଆଜି ଦ୍ବୀପହର ସମୟରେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର ବାରିଏଲ ମୁର୍ମୁଙ୍କ ଉପସ୍ଥିତିରେ ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ଟିକିରି ଥାନା ଅଧିକାରୀ ବିଶ୍ୱ ବନ୍ଧନୀ ବାଘ , କାଶୀପୁର ଥାନା ଅଧିକାରୀ ସୁର୍ଯ୍ୟ ପ୍ରକାଶ ନାଏକ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଘଟଣାକୁ ନେଇ କାଶୀପୁର ଥାନାରେ ୧୫୯/୨୩ ଏକ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଏହାର ଅଧିକ ତଦନ୍ତ ହେବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।