ବସ ଚାଲୁଥିବା ବେଳେ ଚଲାକ ମୃତ, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଯାତ୍ରୀ….

ଅନୁସନ୍ଧାନ ଭାରତ(ବ୍ୟୁର): ସାରଙ୍ଗଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା OD -02 AQ-7701 ନମ୍ବର ମା ଲକ୍ଷ୍ମୀ ବସ ପାବୁରିଆ ଠାରୁ ଘୁ.ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ଦୂରରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତୀ ଯାଇଛି I ସୂଚନା ପ୍ରକାରେ ବସ ଡ୍ରାଇଭର ସନା ପ୍ରଧାନ (୫୨) ଗାଡ଼ି ସାରଙ୍ଗଗଡ଼ରୁ ଠିକ ଭାବେ ଚଳାଇ ଆସୁଥିଲେ I କିନ୍ତୁ ପାବୁରିଆ ପରେ ତାଙ୍କ ଗାଡ଼ି ଚାଳନାରେ ହେଲପର କାଳିଆ ତ୍ରୁଟି ପରିଲକ୍ଷିତ କଲେ I ଏତିକି ବେଳେ ବସ ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ନାଳକୁ ବାଡେଇ ହୋଇ ରହି ଯାଇଥିଲା I ଯାହା ଫଳରେ ବସଟି ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛି I ହେଲ୍ପରଙ୍କ ବୁଦ୍ଧି ଖଟାଇବା ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି I ଘଟଣା ସ୍ଥଳକୁ ୧୦୮ ଆମ୍ବୁଲାନ୍ସ ଆସି ଡ୍ରାଇଭରକୁ ମୃତ ଚି଼ହ୍ନଟ କରି ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ତାଙ୍କ ମୃତ ଦେହ ନେଇଥିଲା I ଖବର ପାଇ ବସ ମାଲିକ, ଚାଳକଙ୍କ ପରିବାର ମେଡ଼ିକାଲରେ ପହଞ୍ଚି ଥିଲେ I