ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଣେ ମୁର୍ତ୍ୟୁ, ଦୁଇ ଗୁରୁତ୍ୱର ଆହତ ହୋଇ ସଦର ହସ୍ପିଟାଲ ଭର୍ତ୍ତି…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ୍ନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଶବର ବିହାର ଅସ୍ଥାୟୀ କଲୋନୀର ଜଣଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି I ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣା ଜାଗାରେ ଜଣେ ୫୦ ବର୍ଷୀୟା ମହିଳାଙ୍କ ମୁର୍ତ୍ୟୁ ଘଟି ଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ I ବର୍ତ୍ତମାନ ସେମାନେ ଗୁଣପୁର ସଦର ହସ୍ପିଟାଲରେ ଭର୍ତ୍ତି ହୋଇ ଥିବା ଜଣାପଡିଛି । ଘଟଣା ଜାଗାରେ ଗୁଣପୁର ଅଗ୍ନିଶମ ଦଳ ପହଁଚି ନିଆଁକୁ ଆୟତ୍ତ କରି ଥିଲା । ବର୍ତ୍ତମାନ ଘଟଣା ଜାଗାରେ ଗୁଣପୁର ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ଓ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ପହଁଚି ଥିଲେ I ଖୁବ ଶୀଘ୍ର ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ସହ ଆଲୋଚନା କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।