ଭୀମ ଆର୍ମୀ ଏକତା ମିଶନ ଦ୍ୱାରା ଆୟୋଜିତ ଚତୁର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ, ପେନାଲ୍ଟି ଶୁଟ୍ ଆଉଟରେ ୪-୨ ଗୋଲରେ ଖଜୁରି ପଡ଼ାକୁ ହରାଇ ଫିରିଙ୍ଗିଆ ମାଲା ଦଳ ଚମ୍ପିୟାନ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାକାୟ ଖେଳପଡ଼ିଆ ଠାରେ ଭୀମଆର୍ମି ଭାରତ ଏକତା ମିଶନ ଘୁ. ଉଦୟଗିରି, କନ୍ଧମାଳ ତରଫରୁ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଫିରିଙ୍ଗିଆ ବ୍ଲକ ମାଲା ଟିମ୍ ଏବଂ ଖଜୁରିପଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ସମ୍ମାନିତ ଅତିଥି ଭାବେ ଜି.ଉଦୟଗିରି ଏନଏସି ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ, ସ୍ଥାନୀୟ ବିଡିଓ ମୋନଜ କୁମାର ଦେବତା, ମୁଖ୍ୟ ବକ୍ତା ଭାବେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜୀବୀ ସତ୍ୟନାରାୟଣ ବେହେରା, ଅବସର ପ୍ରାପ୍ତ ବିଏସଏଫ ଜବାନ କିଶୋର ଚନ୍ଦ୍ର ନାୟକ , ରିଟାର୍ଡ ଫରେଷ୍ଟର ଶାନ୍ତନୁ ପ୍ରଧାନ, ସମାଜସେବୀ ଏମ.ଡି ଜିଆଉଦିନ, ଆମନ ଚନ୍ଦ୍ର ନାୟକ, ଶ୍ୱେତ ରଞ୍ଜନ ପ୍ରଧାନ, ବରିଷ୍ଠ ଖେଳାଳି ସନ୍ତେ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସଙ୍ଘର୍ଷ ପୂର୍ଣ ଏକ ଘଣ୍ଟାର ଏହି ଫାଇନାଲ ମ୍ୟାଚ ଖେଳର ଫଳା ଫଳ ଶେଷ ହେବା ପର୍ଯ୍ୟନ୍ତ ୧-୧ ଗୋଲରେ ସମାନ ରହିଥିବା ବେଳେ ଉଭୟ ଦଳ ମଧ୍ୟରେ ପେନାଲ୍ଟି ଶୁଟ୍ ଆଉଟ ହୋଇଥିଲା I ଯେଉଁଥିରେ ଫିରିଙ୍ଗିଆ ମାଲା ଦଳ ୪-୨ ଗୋଲରେ ଖଜୁରୀପଡ଼ା ଦଳ ବିପକ୍ଷରେ ବିଜୟ ଲାଭ କରିଥିଲେ । ସମ୍ପୂର୍ଣ୍ଣ ଖେଳକୁ ମୁଖ୍ୟ ରେଫରୀ କାମାକ୍ଷା ପ୍ରଧାନ ପରିଚାଳନା କରିଥିବା ବେଳେ ତନ୍ମୟ ବିଶୋୟୀ, ସମ୍ଭୁ ପ୍ରସାଦ ମଲ୍ଲିକ, ବାଲୁଙ୍କେଶ୍ବର ମଲ୍ଲିକ ସହଯୋଗ କରିଥିଲେ । ଖେଳ ଶେଷରେ ଉଭୟ ଦଳକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଗତ ୨୦ ଅକ୍ଟୋବର ୨୦୨୩ ରିଖ ଦିନଠାରୁ ଆରମ୍ଭ ହୋଇଥିଲା I ଏହି ଟୁର୍ଣ୍ଣାଆମେଣ୍ଟ ଦୀର୍ଘ ୭ ଦିନ ଧରି ପ୍ରାୟ ୧୬ ଗୋଟି ଦଳକୁ ନେଇ ବହୁତ ଶୃଙ୍ଖଳିତ ଭାବେ ଖେଳ ଅନୁଷ୍ଠିତ ହୋଇଥିଲା । ଭୀମ ଅର୍ମୀ ଭାରତ ଏକତା ମିଶନ କନ୍ଧମାଳର ସଭାପତି ଫିରୋଜ ଦିଗାଳ, ସମ୍ପାଦକ ଆଲୋନ ନାୟକ, ଆମନ ପ୍ରଧାନ, ସୁମନ ପ୍ରଧାନ, ଅରୁଣ କୁମାର ପ୍ରଧାନ, ଯୌବନ ମଲ୍ଲିକ, ମନୋରଞ୍ଜନ ପ୍ରଧାନ, ସାରଜିନି ପ୍ରଧାନ, ମନୋଜ ନାୟକ ଓ ଅନ୍ୟମାନେ ଆରମ୍ଭ ଦିନରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ ।