ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ..

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ନନ୍ଦଗିରି ଗ୍ରାମରେ ଆଜି ସକାଳୁ ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି I ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଘଟଣା ସ୍ଥଳରେ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ପହଞ୍ଚି ମାମଲାର ତଦନ୍ତ କରୁଛନ୍ତି I ପ୍ରାଥମିକ ସୂଚନା ଅନୁସାରେ ମହିଳାଙ୍କ ନାମ ଶୁଭଶ୍ରୀ ପ୍ରଧାନ(୨୨)ଙ୍କ ଗ୍ରାମ ମଣ୍ଡାକିଆ ନିକଟସ୍ଥ ବିଅରପାଙ୍ଗା ହୋଇ ଥିବା ପୁଲିସ ସୂତ୍ରରୁ ପ୍ରକାଶ I ସେ ନନ୍ଦଗିରି ଗ୍ରାମର ଯୁବକ ନାମ ବ୍ରାଇଟ ଦିଗାଳ (୨୫)ଙ୍କୁ ଦୁଇ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ I ମହିଳା ଜଣକ ସ୍ୱାମୀଙ୍କ ସହ ନନ୍ଦଗିରି ସ୍ଥିତ ବାସଭବନରେ ରହୁଥିବା ବେଳେ ବ୍ରାଇଟ ଦିଗାଳଙ୍କ ପରିବାର ଲୋକେ ବ୍ରହ୍ମପୁରରେ ରହୁଥିଲେ I ଏହି ଘଟଣାରେ ପୁଲିସ ବ୍ରାଇଟକୁ ଅଟକ ରଖିଛି I ଏହା ଆତ୍ମହତ୍ୟା ନା ହତ୍ୟା ସତ୍ୟାସତ୍ୟ ବାହାର କରିବା ପାଇଁ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଅଧିକାରୀ ପ୍ରଭାତୀ ପଟ୍ଟନାୟକ ଏବଂ ଟିମ ନନ୍ଦଗିରିରେ ପହଞ୍ଚି ଅଧିକ ତଦନ୍ତ ଚଳାଇ ଥିବା ସୂଚନା ରହିଛି I

pradhan