ବୁଲେଟ ସହ ବାଇକ ମୁହାଁ ମୁହିଁ ଧକ୍କା, ଛୋଟ ଝିଅ ସହ ୫ ଗୁରୁତ୍ୱର ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁଡ୍ରିପଡ଼ି ଠାରେ ଆଜି ସଂନ୍ଧ୍ୟା ୫.୪୫ ମିନିଟରେ ଏକ ବୁଲେଟ ସହ ଗ୍ଲାମର ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଛୋଟ ଛୁଆକୁ ମିଶାଇ ୫ ଜଣ ଗୁରୁତ୍ୱ ର ଆହତ ହୋଇଛନ୍ତି I ସୂଚନା ଅନୁସାରେ ସନ୍ଧ୍ୟାରେ ଓଡି-୦୭-ଏଡି-୪୩୦୬ ନମ୍ବର ବୁଲେଟ ରାଇକିଆ ଅଭିମୁଖେ ଯାଉଥିବା ବେଳେ ଓଡି-୧୨ଡି-୭୯୦୪ ଗ୍ଲାମର ବାଇକ ରଟିଙ୍ଗିଆ ଅଭିମୁଖେ ଫେରୁଥିଲେ I ଏତିକି ବେଳ କିନ୍ତୁ ଗୁଡ୍ରିପଡ଼ି ନିକଟରେ ଦୁଇଗୋଟି ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା I ଯାହା ଦ୍ୱାରା ବୁଲେଟ ଚାଳକ ସୁବ୍ରତ ପ୍ରଧାନ (୪୯) ରଜନୀକାନ୍ତ ପ୍ରଧାନ (୪୨),ବାଇକ ଚାଳକ ଲାଲୁ ନାୟକ (୩୫),ରୁଚିମା ପ୍ରଧାନ (୨୫),ଲିନା ଦିଗାଲ (୩୧), ସୃଷ୍ଟି ନାୟକ (୩) ଗୁରୁତ୍ୱର ଆହତ ହୋଇଛନ୍ତି I ସ୍ଥାନୀୟ ଲୋକେ ଦମକଳ ବାହିନୀ ଏବଂ ପୁଲିସକୁ ଫୋନ ଯୋଗେ ସୂଚନା ଦେଇଥିଲେ I ସୂଚନା ପାଇ ଘଟଣା ସ୍ଥଳରେ ପୁଲିସ, ଟିମ ଓ ଦମକଳ ବାହିନୀର ଅଧିକାରୀ ମନୋରଞ୍ଜନ ପାଢ଼ୀ ଏବଂ ଟିମ ପହଞ୍ଚି ସମସ୍ତଙ୍କୁ ଦମକଳ ଗାଡ଼ି ଓ ପୁଲିସ ଗାଡ଼ିରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା I ୧୦୮ ଆମ୍ବୁଲାନ୍ସ ନ ଥିବା ଯୋଗୁଁ ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚେଇବାରେ ବିଳମ୍ବ ହୋଇଥିଲା I ସମସ୍ତ ଗୁରୁତ୍ୱର ଆହତଙ୍କୁ ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା କରୁଥିବା ସୂଚନା ମିଳିଛି I

pradhan