ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାକକ୍ଷରେ ଏକାଦଶ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଅଧିବେଶନ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘପରିଚାଳନା କରିଥିଲେ I ପରିଷଦରେ ଥିବା ୧୩ ଗୋଟି ୱାର୍ଡ଼ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବିଶେଷ ଆଲୋଚନା କରା ଯାଇଛି I ବୈଠକକୁ ସନ୍ତୋଷ କୁମାର ବାଘ ଅଧ୍ୟକ୍ଷତା କରିଥିବା ବେଳେ ପରିଷଦ ସଭ୍ୟା ସଂଗୀତା ନାୟକ ନିଶାରାଣୀ ନାୟକ, ମୋନାଲିସା ଦଳ ବେହେରା, ପି.ସଞ୍ଜୀବ କୁମାର ପାତ୍ର, ସିଦ୍ଧେଶ୍ବରୀ ନାୟକ, ଭାରତୀ ବେହେରା ଯାକେଶ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଛା, କୁନ୍ତିମା ମଲ୍ଲିକ, ଲିପିକା ପ୍ରଧାନ, ନନ୍ଦିତା ପ୍ରଧାନ, ଦୀପକ କୁମାର ନାୟକ, ବିଧାୟକଙ୍କ ପ୍ରତିନିଧି ଅନିଲ କୁମାର ଦଳବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର, ମୁକ୍ତା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ହିସାବ ରକ୍ଷକ ପଙ୍କଜ କୁମାର ବେହେରା, ମୁକେଶ ରଞ୍ଜନ ନାୟକ, ନିର୍ବାହୀ ଯନ୍ତ୍ରୀ ଅସିତ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ ସସ୍ମିତା କୁମାରୀ ବେହେରା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, କନିଷ୍ଠ ସହାୟକ ପ୍ରଦୀପ କୁମାର ଶତପଥୀ, ଗଣେଶ ଜେନା ଏବଂ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବୈଠକକୁ ସଫଳ ରୂପାୟନ ଦେଇଥିଲେ I