ଏଆଇସିସି ପ୍ରଶିକ୍ଷଣ ଶିବିରରେ କଂଗ୍ରେସ ଯୁବନେତା ପ୍ରତାପ କୁମାର ପ୍ରଧାନଙ୍କ ଯୋଗଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜୁଲାଇରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଚାଲିଥିବା ସର୍ବଭାରତୀୟ ସମ୍ଭାବ୍ୟ ନେତୃତ୍ୱ ପ୍ରଶିକ୍ଷଣ ଶିବିର (Potential Leadership Training) ଆଜି ସଫଳତାର ସହ ସମାପ୍ତ ହୋଇଛି । ଏହି ଶିବିରକୁ ସର୍ବଭାରତୀୟ କଂଗ୍ରେସ କାର୍ଯ୍ୟକାରୀଣୀ କମିଟି (Congress Working Committee – CWC) ସଦସ୍ୟ ଶ୍ରୀ ସଚିନ ରାଓ ମହୋଦୟ ଓ ସୁଶ୍ରୀ ମିନାକ୍ଷୀ ନଟରାଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଥିଲା । ଦେଶର ୨୦ଟି ରାଜ୍ୟରୁ ୫୬ ଜଣ ସମ୍ଭାବ୍ୟ ରାଜନେତା ଯୋଗ ଦେଇଥିଲେ । ଏଆଇସିସି ଦ୍ଵାରା ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରି ବହୁତ ଲମ୍ବା ଚୟନ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଥିଲା । ଓଡ଼ିଶାରୁ ପ୍ରତାପ କୁମାର ପ୍ରଧାନଙ୍କ ସହ କେବଳ ଆଉ ୨ ଜଣ ଯୋଗ୍ୟ ବିବେଚିତ ହୋଇ ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ I ମୁଖ୍ୟତଃ କିପରି ଭାବରେ ନେତୃତ୍ୱ ବିକାଶ ହେଇ ପାରିବ, କିପରି ଭାବରେ ଲୋକଙ୍କ ସେବା କରାଯାଇ ପାରିବ, ଦଳକୁ କିପରି ଭାବରେ ତଳ ସ୍ତରରେ ସୁଦୃଢ଼ କରାଯାଇ ପାରିବ, କଂଗ୍ରେସ ଦଳର ରାଜନୀତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସହ ବହୁ ବିଷୟରେ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରକୁ ସୁଶ୍ରୀ ମିନାକ୍ଷୀ ନଟରାଜନ, ଶ୍ରୀ ସଚିନ ରାଓଙ୍କ ସହ ବହୁ ଅଭିଜ୍ଞ ନେତୃମଣ୍ଡଳୀ ପ୍ରଶିକ୍ଷଣ ଦେବା ସହ ଶ୍ରୀ ରାହୁଲ ଗାନ୍ଧୀ ମଧ୍ୟ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧନ କରିଥିଲେ ।