ହିଞ୍ଜିଳି ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ…..

ଅନୁସନ୍ଧାନ ଭାରତ(ବ୍ୟୁର): ପୂର୍ବତନ ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ କମିଶନରେଟ ପୁଲିସକୁ ବଦଳି ପରେ ହିଞ୍ଜିଳି ଥାନାରେ ନୂତନ ଥାନାଧିକାରୀ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ନୂତନ ଥାନାଧିକାରୀ ଭାବରେ ଶ୍ରୀନିବାସ ସେଠୀ ରବିବାର ପୂର୍ବତନ ଥାନାଧିକାରୀ ଶ୍ରୀ ଦାସଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପୂର୍ବରୁ ସେ ତାଳଚେର ଥାନାଧିକାରୀ ଭାବରେ କାର୍ଯ୍ୟରତ ଥିଲେ । କାର୍ଯ୍ୟରେ ଯୋଗଦେବା ପରେ ଥାନାରେ କାର୍ଯ୍ୟରତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।