ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ବାଇକ୍ ଓ ଟ୍ରକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ କାହ୍ନୁ ଗୌଡ଼ ନାମକ ବ୍ୟକ୍ତିର ମୃତ୍ୟୁ ଘଟିଛି । କୌଣସି କାମରେ କାହ୍ନୁ ଗୌଡ଼ ବାଇକ୍ ଯୋଗେ ଶିରିଝୋଲି ଗାଁରୁ ଗୁଣପୁର ଆସି କାମ ସାରି ନିଜ ଘରକୁ ଫେରିବା ସମୟରେ ବାଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ କାହ୍ନୁକୁ ଚିକିତ୍ସା ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛି । ଟ୍ରକ୍ ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖି ପୁଲିସ ତଦନ୍ତ କରୁ ଥିବା ସୂଚନା ମିଳିଛି ।

pradhan