ବିଭିନ୍ନ ଦାବୀ ନେଇ ଫିରିଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଶିକ୍ଷକ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶିକ୍ଷକ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ I ୩ଦଫା ଦାବିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଶିକ୍ଷକ ସଂଘ । ସଂଘର ଦାବି ଅନୁଯାୟୀ, ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟାକାଳକୁ ନେସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ଲେଭେଲ୍ -୯ଗ୍ରେଡ୍ ପେ ୪୨୦୦ ଅନୁଯାୟୀ ପ୍ରଦାନ କରିବାକୁ ସଂଘ ଦାବି କରିଛି । ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ପୁନଃ ପ୍ରଚଳନ କରିବାକୁ ଦାବି ହୋଇଛି । ସଂଘ କହିଛି ୦୩ ଦଫା ଦାବି ପୂରଣ ନେଇ ଅଗଷ୍ଟ ୦୫ ତାରିଖ ୩୧୪ ବ୍ଲକ ଶିକ୍ଷା ଅଧିକାରୀ ଓ ଅଗଷ୍ଟ ୧୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୦୫ ତାରିଖ ଅର୍ଥାତ୍ ଗୁରୁଦିବସ ଦିନ ଦାବି ପୂରଣ ହେବାନେଇ ଆଶା ରଖିଥିଲା ସଂଘ । ମାତ୍ର ସରକାର ସେହିପରି କିଛି କଲେ ନାହିଁ । ଏହା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଗଭୀର ଆଘାତ ଦେଇଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସଭାପତି ସିମାଞ୍ଚଳ ମୁଖି , ସମ୍ପାଦକ ମୃତ୍ୟୁଞ୍ଜୟ କହଁର ଜିଲ୍ଲା ପରିଷଦ ସଭାପତି ଅଜିତ ବେହେରା, ଜିଲ୍ଲା ସଂପାଦକ ରାଜେଶ କୁମାର ନାୟକ, ଶୁକାନ୍ତ କୁମାର ବେହେରା,ରସାନନ୍ଦ ଦିଗାଲ, ତ୍ରିନାଥ ପଟ୍ଟନାୟକ, ବିକ୍ରମସିଂ କହଁର , ଚରଣ ଦିଗାଲ, କୈଳାସ କହଁର, କୃଷ୍ଣ ଚନ୍ଦ୍ର କହଁର,ପର୍ଥ ସାହୁ, ପ୍ରଦ୍ୟୁମ୍ନ ଦିଗାଲ,ବିରେନ୍ଦ୍ର ସାହାଣୀ, ରାଧାମୋନ କହଁରଙ୍କ ସହ ବ୍ଲକର ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ସାମିଲ ଥିଲେ । ଶିକ୍ଷକ ସଂଘର ଧାରଣାରେ ଫିରିଙ୍ଗିଆ ବ୍ଲକର ୧୯୯ଟି ବିଦ୍ୟାଳୟ ଥିବା ବେଳେ ୭୭୬ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସାମୁହିକ ଛୁଟିରେ ଥିବାରୁ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି I