ସ୍ବାମୀକୁ ଭୟଭୀତ କରି ସ୍ତ୍ରୀକୁ ଅପହରଣ କରିବା ଘଟଣା: ଅପହୃତା ମହିଳା ଉଦ୍ଧାର, ଅପହରଣକାରୀଙ୍କ ପତ୍ତା ପାଉନାହିଁ ପୁଲିସ……

ଅନୁସନ୍ଧାନ ଭାରତ(ବ୍ୟୁର): ଫିରିଙ୍ଗିଆ ଅଞ୍ଚଳର ଏକ ଦମ୍ପତି ଶୁକ୍ରବାର ବାଇକ ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ନିକଟରେ ଏକ ଚାରୀ ଚକିଆ ଯାନରେ କେତେକ ଦୁର୍ବୃତ୍ତ ଆସି ବାଇକ୍‌କୁ ଅଟକାଇ ସ୍ତ୍ରୀକୁ ଜବରଦସ୍ଥ ଅପହରଣ କରି ନେଇ ଯାଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି I ବିବରଣିରୁ ପ୍ରକାଶ ପ୍ରକାଶ ଯେ ଫିରିଙ୍ଗିଆ ଅଞ୍ଚଳର ବଲ୍ଲଭ ଦିଗାଳ(୩୧) ନିଜ ସ୍ତ୍ରୀ(୨୭)ଙ୍କ ସହ ବ୍ରହ୍ମପୁରକୁ ଯାଉଥିଲେ I ଏତିକି ବେଳେ କଳିଙ୍ଗା ନିକଟରେ ଏକ କାର ଯୋଗେ କେତେକ ଦୁର୍ବୃତ୍ତ ଆସି ବାଇକକୁ ଅଟକାଇ ଜୋର ଜବରଦସ୍ତ ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଅପହରଣ କରି ନେଇଯାଇଥିଲେ I ତଥାପି ସାହସର ସହ ସ୍ତ୍ରୀକୁ ଉଦ୍ଧାର କରିବା ପାଇଁ କାର ପଛରେ ଗୋଡେଇ ଥିଲେ ମଧ୍ୟ ଉଦ୍ଧାର କରିପାରି ନଥିଲେ । ଶେଷରେ କାନ୍ଦିକାନ୍ଦି ବଲ୍ଲଭ ଦିଗାଳ ଘୁ.ଉଦୟଗିରି ଥାନାକୁ ଆସି ଏନେଇ ଏକ ଲିଖିତ ଅଭିଯୋଗ ଦେଇଥିଲେ I ବଲ୍ଲଭଙ୍କ ଅଭିଯୋଗକୁ ଭିତିକରି ତତକ୍ଷଣାତ ଘୁ.ଉଦୟଗିରି ପୁଲିସ ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଚାରିଆଡେ ନାକାବନ୍ଦୀ କରି ଛାନ ଭିନ ଆରମ୍ଭ କରି ଅପହୃତା ସ୍ତ୍ରୀକୁ ଉଦ୍ଧାର କରିଥିଲେ I ହେଲେ ବର୍ତ୍ତମାନ ସୁଦ୍ଧା ଅପହରଣକାରୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି ଘୁ.ଉଦୟଗିରି ପୁଲିସ I ଏପରି ଭାବରେ ଅପରାଧୀ ପୁଲିସର ଅପାରଗତାକୁ ନେଇ ଘୁ.ଉଦୟଗିରି ଅଞ୍ଚଳରେ ଅପରାଧ ଘଟାଉ ଥିବା ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି I ପୁଲିସର ବିଫଳତାକୁ ନେଇ ଅଞ୍ଚଳ ଵାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁ ଥିବା ଦେଖା ଦେଇଛି I ଯଦି ପୁଲିସ ଅପରାଧୀକୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରୁ ଥିଲା ହେଲେ ଅପହରଣ କାରୀ କେଉଁ ଗଳା ବାଟ ଦେଇ ଚମ୍ପଟ ମାରିଲେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି I ଘୁ.ଉଦୟଗିରି ଅଞ୍ଚଳରେ ଅପରାଧୀ ଦିବାଲୋକରେ ଏପରି ଅପରାଧ ଘଟାଇବା ଅଞ୍ଚଳରେ କକୁଆ ଭୟ ସୃଷ୍ଟି କରିବା ସହ ସାଧାରଣ ଜନତାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚି ସୃଷ୍ଟି କରିଛି I ଅପହରଣ କାରୀ ଏହି କାଣ୍ଡ ଘଟାଇ ଗଞ୍ଜାମ ଜିଲ୍ଲା କିମ୍ବା ଟିକାବାଲି ଅଭିମୁଖେ ନ ଯାଇ ଘୁ.ଉଦୟଗିରି ଥାନା ଠାରୁ ମାତ୍ର କିଛି କିମି ଦୂର ସିର୍କୀକୁ ଆସି ଆତ୍ମଗୋପନ କରିବା ପୁଲିସର କାର୍ଯଦକ୍ଷତାକୁ ପଦାରେ ପକାଇ ଦେଇଛି ବୋଲି ଅଞ୍ଚଳ ଵାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି I ତେଣୁ ଏପରି ଧର୍ତ୍ତବ୍ୟ ଅପରାଧ ଘଟାଉ ଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I

pradhan