ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ପାଇଁ କର୍ମଶାଳ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସଂପର୍କୀତ ପ୍ରଧାନ ଶିକ୍ଷକମାନଙ୍କ ଏକ ଅଭିମୁଖୀ କରଣ କର୍ମଶାଳା ଆଜି ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଇଓ ଲିଙ୍ଗରାଜ ସ୍ବାଇଁ, ଏବିଇଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ, ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ରହିଥିବା ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ପଟନାୟକ କର୍ମଶାଳାର ପରିଚାଳନା କରିଥିଲେ । ପ୍ରଶିକ୍ଷକ ଭାବରେ ଖଲିକୋଟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନର ବିଷ୍ଣୁ ଚରଣ ଜେନା ଓ ସିଙ୍ଗିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଅବସରରେ ଶିକ୍ଷକ ପ୍ରମୋଦ କୁମାର ସାମନ୍ତରାୟ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଉକ୍ତ ଯୋଜନାରେ ସାମିଲ ପାଇଁ ଶ୍ରେଷ୍ଠ ଏଲିମେଣ୍ଟରି ବିଦ୍ୟାଳୟ, ସେକେଣ୍ଡାରୀ ବିଦ୍ୟାଳୟ,ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ସି ଆର ସିସି, ବିଇଓ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ର ନେତା,ମୋ ସ୍କୁଲ ଆଲୁମିନା ଛାତ୍ରଛାତ୍ରୀ, ବ୍ଲକ, ପଞ୍ଚାୟତ ଏହି ପୁରସ୍କାର ପାଇଁ ଭାଗିଦାରୀ ହୋଇ ଉତ୍ତମ ପ୍ରଦର୍ଶନ କିପରି କରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସାହୁ ପ୍ରୋଜେକ୍ଟର ପରିଚାଳନା କରିଥିଲେ । କର୍ମଶାଳାରେ ୧୪ଟି କ୍ଲଷ୍ଟରର ସମସ୍ତ ସିଆରସିସି, ବ୍ଲକର ୧୨୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ର ସମସ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ରହିଥିଲେ ।