ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଗୁରୁ ଦିବସ ମିଳିତ ଶିକ୍ଷକ ସଂଘ ତରଫରୁ ପାଳନ ହୋଇଯାଇଛି । ଶିକ୍ଷକ ସଂଘ ସଭାପତି ସୁକୃ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ହୋତା, ମୁଖ୍ୟ ବକ୍ତା ଭାବେ ଏବିଇଓ ଉମା ଚରଣ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବରେ ଏବିଇଓ ପ୍ରଦୀପ କୁମାର ଶତପଥୀ, ପ୍ରଧାନ ଶିକ୍ଷକ ବୁଚୀ ରାଓ ଦୋରା ଏବଂ ସ୍ଵତନ୍ତ୍ର ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ ଯୋଗଦେଇ ଗୁରୁ ଶିଷ୍ୟର ମହାନ ପରମ୍ପରା, ଭକ୍ତି, ମାର୍ଗ ଦର୍ଶନ, ଶୃଙ୍ଖଳା ଜ୍ଞାନ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂପ୍ରତି ଶିକ୍ଷକତାରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସନ୍ୟାସୀ ବିଶୋଇ, କୋରା ସ୍ୱାଇଁ ଓ ଜୟନ୍ତୀ ମାଳା ଷଡ଼ଙ୍ଗୀଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଘର କର୍ମକର୍ତ୍ତା ରାଜେନ୍ଦ୍ର ଗୌଡ଼ , ଭାସ୍କର ବାଡ଼ତ୍ୟା, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସଞ୍ଜୀବ ଦାସ, ଅରୁଣ ପଟ୍ଟନାୟକ, ରବୀନ୍ଦ୍ର ପୋଲାଇ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ସନ୍ତୋଷ ପଟ୍ଟନାୟକ ସଂଯୋଜନା କରିଥିଲେ ।