ଜାଲିନା ପ୍ରିୟଦର୍ଶିନୀ ଓଡ଼ିଶା ଷ୍ଟେଟ କମିସନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ କମିଟିର ସଦସ୍ୟା ଭାବେ ମନୋନୀତ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ଷ୍ଟେଟ କମିସନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟି (ଓଏସସିପିସିଆର) ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି ଘୁ.ଉଦୟଗିରିର ଦକ୍ଷ ନାରିନେତ୍ରୀ ଜାଲିନା ପ୍ରିୟଦର୍ଶିନୀ । ଏହା ଓଡିଶା ସରକାରକଂ  ମହିଳା ଏବଂ ଶିଶୁ ବିକାଶ ବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ଘୋଷଣା  କରାଯାଇଛି । ଖବର ପାଇବା ପରେ  ଜାଲିନା ପ୍ରିୟଦର୍ଶିନୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ଛନ୍ତି I ସେ ପୂର୍ବରୁ ସର୍ବ କନିଷ୍ଠା  ରାଜ୍ୟ ମହିଳା କମିସନ ସଦସ୍ୟା ଭାବେ ନିଜ ଦାୟିତ୍ୱ ଜୁଲାଇ ଆସିଥିବା ବେଳେ ଏବେ ତିନି ବର୍ଷ ପାଇଁ ରାଜ୍ଯ ଶିଶୁ ଅଧିକାର ଓ ସୁରକ୍ଷା  କମିସନ ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ମିଳିବା ପରେ ବିଭିନ୍ନ ସଂଗଠନ ସହିତ ଶୁଭେଛୁଙ୍କ ତରଫରୁ ଶୁଭେଛାର ସୁଅ ଚୁଟିବାରେ ଲାଗିଛି।