ଅନୁସନ୍ଧାନ ଭାରତ(ବ୍ୟୁର): ହିଂଜିଲି କାଟ ପୌରାଞ୍ଚଳରେ ଥିବା ବାବାଜୀ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ । ଯୁବକ ଜଣ ହେଲେ ଚିନ୍ତାମଣି ପଣ୍ଡା (୩୨)। ଯୁବକଙ୍କ ଘର ହିଞ୍ଜିଳି ସହରର କରୁଣାକର ମାର୍ଗ ବୋଲି ଜଣାପଡିଛି। ସୂଚନା ଥାଉ କି ଚିନ୍ତାମଣି ବାବାଜୀ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ କିନ୍ତୁ ବିଳମ୍ୱ ହୋଇଥିବା ଯୋଗୁଁ ପରିବାର ଲୋକ ଓ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରିବା ପରେ ମଧ୍ଯ ପାଇନଥିଲେ। ପରେ ଗ୍ରାମବାସୀ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଅବସ୍ଥାରେ ପୋଖରୀରୁ ଉଦ୍ଧାର କରିଥିଲା I
