ସୁଜିତ ମେମୋରିଆଲ ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ, ସୁଜିତ ଏଫସି କ୍ଲବ ଚମ୍ପିୟାନ…

ଅନୁସନ୍ଧାନ ଭାରତ(ବ୍ୟୁର): ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଆନ୍ତଃ ଜିଲ୍ଲା ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି l ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ବରିଷ୍ଠ ପୁଲିସ ଅଧିକାରୀ ତଥା କଣ୍ଠ ଶିଳ୍ପୀ ଜଳନ୍ଧର ବେହେରା, ଖଜୁରୀ ପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ଜିଲ୍ଲା ପରିଷଦ ସଭ୍ୟ ନୀଳ ଗିରି ଦିଗାଲl ଯୋଗ ଦେଇଥିଲେ l ସର୍ବ ମୋଟ ୮ ଟି ଟିମ ସୁଜିତ ଏଫସୀ, କଲାଡି ଏଫସୀ, ନରେଶ ଏଫସି ଭଞ୍ଜନଗର, ମହାବୀର କ୍ଲବ ବୁଡ଼ାଦାନୀ, ଜେଡି କ୍ଲବ ଫୁଲବାଣୀ, ଗୁଟିଙ୍ଗିଆ ଏଫସି, ଏନ ଟି ପି ଏସ ଫୁଲବାଣୀ, ସ୍ପୋର୍ଟ ହଷ୍ଟେଲ କନ୍ଧମାଳ ଯୋଗ ଦେଇଥିବା ବେଳେ ଦ୍ୱତୀୟ ଦିନରେ ୩ଟି ଖେଳ ସେମି ଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହୋଇଥିଲା I ପ୍ରଥମ ସେମି ଖେଳରେ ସୁଜିତ ଏଫସି ନରେଶ ଭଞ୍ଜନଗରକୁ ୩ – ୦ ଗୋଲରେ ହରାଇ ଫାଇନାଲ ଖେଳକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଦ୍ୱତୀୟ ସେମି ଖେଳ ଏନଟିପିଏସ କ୍ଲବ ଫୁଲବାଣୀ ଓ ଜେଡି କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ପ୍ରଥମାର୍ଦ୍ଧରେ ଉଭୟେ ୧ -୧ ଗୋଲରେ ସମାନ୍ତର ରହିଥିବା ବେଳେ ଦ୍ଵିତୀୟାର୍ଦ୍ଧରେ ମଧ୍ୟ ଖେଳ ଅମୀମାଂଶିତ ରହିବାରୁ ପେନାଲଟିକ ଜରିଆରେ ୪ -୨ ଗୋଲ ରେ ଜେଡି କ୍ଲବ ଏନଟିପି ଏସ କ୍ଲବକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା l ୨ ଦିନିଆ ସୁଜିତ ମେମୋରିଆଲ ଟୁର୍ନାମେଣ୍ଟରେ ସୁଜିତ ଏଫସି ଏବଂ ଜେଡି କ୍ଲବ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ଖେଳରେ ସୁଜିତ ଏଫସି ଜେଡି କ୍ଲବ କୁ ୧ -୦ ଗୋଲରେ ହରାଇ ବିଜୟ ଲାଭ କରିଥିଲା l ଖେଳକୁ ରେଫରୀ ସୁନୀଲ କୁମାର ବେହେରା, ବିଶ୍ୱରଞ୍ଜନ କହଁର, ସରୋଜ ମହାରଣା, ପ୍ରଫୁଲ୍ଲ କହଁର, ତଣ୍ଡେଶ୍ୱର କହଁର, ରୋହିତ ନାୟକ ପରିଚାଳନା କରିଥିଲେ l ସୁଜିତ ଏଫସି କ୍ଲବର ସଭାପତି ଭବାନୀ ଶଙ୍କର ସାହୁ, ସମ୍ପାଦକ ଭବାନୀ ଶଙ୍କର ବେହେରା, କୋଷାଧକ୍ଷ ବିଭୁଦତ ମୁଖି, ତନ୍ମୟ ଗୌଡ଼, ଜିତୁ ମୁଖି, ରାଜେଶ ଦିଗାଲଙ୍କ ସହ ସୁଜିତ ଏଫସି କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଅତିଥି ମାନେ ଫାଇନାଲ ଖେଳ ର ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରା ଯାଇଥିଲା l