ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତ ଅଧିନସ୍ଥ କିର୍ମିଙ୍ଗିଆ ଗାଁର ଜାର୍ଗୀନାଯୁ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି I ସୂଚନା ଅନୁସାରେ ସୁଦ୍ଧାଞ୍ଜଳି ପ୍ରଧାନ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ଓ ଅବିଭାବକ ସ୍କୁଲ ଆଗରେ ଧାରଣାରେ ବସି ଥିଲେ I
ଅଭିଭାବକ ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ବାରମ୍ବାର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ହେଉଥିବା ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ବିଶେଷ ବ୍ୟଘାତ ସୃଷ୍ଟି ହେଉଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିକ୍ରନ ପ୍ରଧାନ ଅଭିଯୋଗ ଆଣିଛନ୍ତି I ଏନେଇ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଯାଇ ବାରମ୍ବାର ଅଭଯୋଗ କରି ଥିଲେ ସୁଦ୍ଧା ବିନା ଅର୍ଥରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି କାର୍ଯ୍ୟାଳୟର କେତେକ କର୍ମଚାରୀ କହିଥିବା ମଧ୍ୟ ସଭାପତି କ୍ଷୋଭର ସହ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିବା ସହ ଆଜି ବାଧ୍ୟ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ଅଭିଭାବକ ବୋଲି ବିଦ୍ୟାଳୟ ସଭାପତି ମତପ୍ରକାଶ କରିଛନ୍ତି I ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଯୋଗୁଁ ବିଦ୍ୟାଳୟ ସାମନାର ରାସ୍ତା କଡରେ ବସି ପିଲାମାନେ ମଧ୍ୟାହ୍ନ ଭୋଜନ କରୁଥିବା ଦେଖିବାକୁ ମଲିଛି I ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବ୍ୟପ୍ରକାଶ ପ୍ରଧାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ ଉଠେଇନ ଥିଲେ ତେଣୁ ତାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ I