ନଦୀରେ ଭାସି ଯାଇଥିବା ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ କୁଟିଙ୍ଗ ଗୁଡା ନଦୀରେ ହଟାତ ନଦୀର ଜଳସ୍ତର ବୃଦ୍ଧି ହେଇଯିବା ଫଳରେ ସେଠାରେ ବାଲି ସଂଗ୍ରହ କରୁଥିବା ୪ ଜଣ ମହିଳା ଶ୍ରମିକଙ୍କ ମଧ୍ୟରୁ ଦୁଇଜଣ ପାଣିରେ ଭାସିଯାଉଥିବା ବେଳେ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଓ ଅନ୍ୟ ଜଣେ ମହିଳା ଶ୍ରମିକ ବଢି ପାଣିରେ ଭାସି ଯାଇଥିଲେ । ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ପହଞ୍ଚିବା ପରେ ଶ୍ରମିକଙ୍କ ମୃତ ଦେହ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିଲାନ।
ସୂଚନା ପ୍ରକାରେ ମୃତ ମହିଳା ଜଣକ ହେଲେ ସଗାରା ମାଝିଙ୍କ ଝିଅ ମଞ୍ଜୁଳା ମାଝି (୨୨) ବୋଲି ଜଣାପଡିଛି । ଟିକିରି ଥାନା ଅନ୍ତର୍ଗତ ପିତାଯୋଡି ଗ୍ରାମର ଏଜ ଟ୍ରାକ୍ଟରରେ ନିୟମିତ ଭାବେ ଗୋରଖପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁମରା ପୁଟ ଗ୍ରାମର ମହିଳା ବାଲି ପରିବହନ କାମ କରିଆସୁଥିଲେ । ନୀତିଦିନ ଭଳି ଆଜି ମଧ୍ୟ ଘୁମୁରାପୁଟ ଗ୍ରାମର ୪ ଜଣ ମହିଳା ଉକ୍ତ ଟ୍ରାକ୍ଟରରେ ଯାଇ ନଦୀ ମଝି ଠାରୁ ବାଲି ସଂଗ୍ରହ କରିଥିଲେ । କାମ ଆରମ୍ବରେ ନଦୀର ଜଳସ୍ତର ସାମାନ୍ୟ ରହିଥିବା ବେଳେ କିଛି ସମୟ ପରେ ହାଠତ ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଖରଶ୍ରତ ରେ ଜଳସ୍ତର ବୃଦ୍ଧି ହେଇଯାଇଥିଲା । ଏଥିରେ ୪ ଜଣ ମହିଳା ଙ୍କ ମଧ୍ୟରୁ ଦୁଇଜଣ ଏଥିରୁ ଅଳ୍ପେକ ବର୍ତି ଯାଇ ଥିବାବେଳେ ଅନ୍ୟ ଦୁଇଜଣ ନଦୀଜଳ ରେ ଭାସିଯାଇଥିଲା । ସେମଧ୍ୟରୁ ଜଣେ କିଛିବାଟ ପରେ ଉଦ୍ଧାର ହେଇଥିବା ବେଳେ ଅନ୍ୟ ଜଣେ ମହିଳା ନିଖୋଜ ଥିଲେ । ଖବର ପାଇ କାଶୀପୁର ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଯୁବକ ଙ୍କର ସହଯୋଗରେ ବହୁ ଖୋଜାଖୋଜି ପରେ ଶବ ଉଦ୍ଧାର କରିବାରେ ସଫଳ ହେଇଥିବା ବେଳେ ଟିକିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ ଓ ବ୍ୟବଚ୍ଛେଦ ପାଇଁ କାଶୀପୁର ପଠାଇଥିବା ବେଳେ ଘଟଣାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରୀରଖିଥିବା ପ୍ରକାଶ କରିଛି ।