ଅନୁସନ୍ଧାନ ଭାରତ(ବ୍ୟୁର)- ଗତ କାଲି ଗୁମ୍ମା ବ୍ଲକ ବାଇଝାଲ ପ୍ରକଳ୍ପ ପରିଦର୍ଶନ କରିଥିଲେ ଡଃ ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ,କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବାଲ୍ଲା ସାୟମ୍ମା , କାଶିନଗର ଏନଏସି ଅଧ୍ୟକ୍ଷା ଶ୍ରୀମତି ଏମ . ସୁଧାରଣୀ , ଜିଲ୍ଲା ବିଜେଡ଼ି ଉପସଭାପତି ରୋକ୍କାମ ସତୀଶ ଉକ୍ତ ପ୍ରକଳ୍ପ ଟି ୧୯୮୦ ମସିହାରୁ କାର୍ଯ୍ୟକାରୀ ପାଇଁ ସରକାର ଏନକେ ପ୍ରସ୍ତାବ ସତ୍ବେ କିଛି କାରଣ ଯୋଗୁଁ ଏହା କାର୍ଯ୍ୟ କାରୀ ହୋଇ ପାରିଲା ନାହିଁ । ତେବେ ଜଳ ବିଭାଜିକା ବିଭାଗ ଏବଂ ଜଳ ସେଚନ ବିଭାଗ ମାଧ୍ୟମରେ ଉକ୍ତ ଅଞ୍ଚଳ ମାଧ୍ୟମରେ ଉକ୍ତ ଅଞ୍ଚଳରେ କେନାଲ ମାଧ୍ୟମରେ ଜଳ ସେଚନର ବ୍ୟବସ୍ଥା ପାଇଁ ଅଞ୍ଚଳ ବାସୀଙ୍କ ଅଲୋଚନ ହୋଇଥିଲା । ଡକ୍ଟର ପାଣିଗ୍ରାହୀ ପ୍ରତିଶୁତି ଦେଇ କହିଛନ୍ତି କି ଆଗାମୀ ଦିନରେ ଗୁମା ବ୍ଲକରେ ବିଭିନ୍ନ ପ୍ରକଳ୍ପ ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି I