ଭଞ୍ଜନଗର ଅବକାରୀ ପକ୍ଷରୁ ଦେଶୀ ମଦ ଜବତ, ତିନି ଗିରଫ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଧରପଗଡ଼ କରାଯାଇ ୩ ଅଭିଯୁକ୍ତ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୦୦ ଲିଟର ହାତ ରନ୍ଧା ଦେଶୀ ମଦ ଓ ୭୦ ଲିଟର ବାହାର ଭାଟି ମଦ ଜବତ ହୋଇଛି । ଏହି ବେଆଇନ କାରବାର ସମ୍ପୁକ୍ତି ଅଭିଯୋଗରେ ଅଢେଇଗାଁ ଶଙ୍କର ବିଷୋୟୀ, ଗାଙ୍ଗପୁରର ପବିତ୍ର ଓ ଜିଲୁଣ୍ଡାର ରାଜେନ୍ଦ୍ର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଥାନାଧିକାରୀ ଅଂଶୁମାନ ଜେନା, ଅବକାରୀ ଓଆଇସି ଅଲିଭା ମାଝୀ, ଏଏସଆଇ ନିରଞ୍ଜନ ବେହେରା, ଭୁବନି ବେହେରା, ସନାତନ ନାହାକ, ସୁବଳ ପ୍ରଧାନ, ଜଗନ୍ନାଥ ମହାପାତ୍ର, କୃଷ୍ଣ ଚନ୍ଦ୍ର ସେଠୀ, ସ୍ୱାଧୀନ ସାହୁ ସମେତ ଅନ୍ୟମାନେ ସାମିଲ ହୋଇଥିଲେ ।